ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରକୁ ରାସ୍ତା ନିର୍ମାଣ ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଣିଜାଙ୍ଗ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରକୁ ଯାତାୟତ କରିବା ପାଇଁ ରାସ୍ତା ନଥିବାରୁ କର୍ମଚାରୀଙ୍କ ସମେତ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଯେ, ଉକ୍ତ ସ୍ଥାନରେ ଗତ ୧୦ ବର୍ଷ ତଳେ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଗୃହ ନିର୍ମାଣ କରାଯାଇ ପ୍ରାଣୀ ସେବା ଯୋଗାଇ ଦିଆଯାଇଆସୁଛି । ଏହି କେନ୍ଦ୍ର ଉପରେ ଗଣିଜାଙ୍ଗ ଓ ଛୟାଳସିଂ ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ଏହି କେନ୍ଦ୍ର ନିର୍ମାଣ ହେବା ଠାରୁ ଯାତାୟତ କରିବା ପାଇଁ ଆପ୍ରୋଚ୍ ରୋଡର ବ୍ୟବସ୍ଥା କରାଯାଇନାହିଁ । ବର୍ଷା ଦିନେ କେନ୍ଦ୍ର ସମ୍ମୁଖ ତଥା ଚତୁଃପାଶ୍ୱର୍ରେ ପାଣି ଜମି ରହୁଛି । ଏପରିକି ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ବର୍ଷା ଋତୁ ସମେତ ଅନ୍ୟ ଦିନରେ ବର୍ଷା ହେଲେ କର୍ମଚାରୀଙ୍କ ସମେତ ଲୋକେ କେନ୍ଦ୍ରକୁ ଯାତାୟତ କରିପାରୁନାହାନ୍ତି । ଏହି କେନ୍ଦ୍ର ଦାୟୀତ୍ୱରେ ଥିବା ପ୍ରାଣୀଧନ ନିରୀକ୍ଷକ ବାଧ୍ୟ ହୋଇ ଗାଁ ଗାଁ ବୁଲି ପ୍ରାଣୀ ସେବା କରୁଥିବା ଦେଖାଯାଉଛି । ଏହି କେନ୍ଦ୍ରକୁ ଯାତାୟତ କରିବା ପାଇଁ ତୁରନ୍ତ ଆପ୍ରୋଚ୍ ରୋଡ୍ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ