ପ୍ରାଣୀଧନ ନୀରିକ୍ଷକଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କୁ କ୍ଷୀର ବଣ୍ଟନ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌):ସାରା ବିଶ୍ୱ ଆଜି ମହାମାରୀ କରୋନା ରୋଗରେ ସ୍ତବ୍ଧ ହୋଇ ପଡିଛି । ଏପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଲକର ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତଙ୍କ ଦ୍ୱାରା ଏକ ମହତ ସେବା ଦେଖିବାକୁ ମିଳିଛି । ପୋଲିସ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କ ସେବାରେ ନିୟୋଜିତ ହୋଇଥିବା ବେଳେ ନିଜ ପରିବାର ପାଇଁ ସମୟ ଦେଇପାରୁନାହାନ୍ତି । । ଏଭଳି ପରିସ୍ଥିତିରେ ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତ ଓ ତାଙ୍କ ସାଥି ଅକ୍ଷୟ କୁମାର ବାରିକ ଶୁକ୍ରବାର ବନ୍ତ ଥାନାରେ ପହଞ୍ôଚ ଆଇଆଇସି ମିନା ବିନ୍ଧାଣୀଙ୍କ ଉପସ୍ଥିତିରେ ସମସ୍ତ କର୍ମଚାରୀଙ୍କ ପାଇଁ କ୍ଷୀର ପ୍ରଦାନ କରିଛନ୍ତି । ଗୁରବାର ସେ ଆଗରପଡା ଥାନା କର୍ମଚାରୀଙ୍କୁ ମଧ୍ୟ କ୍ଷୀର ପ୍ରଦାନ କରିଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ