ପ୍ରାଣୀ ବିଜ୍ଞାନ ବିଭାଗର ବିଦାୟ କାଳିନ ସମ୍ବର୍ଦ୍ଧନା
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ବ୍ରହ୍ମପୁର ହରଡାଖଣ୍ଡିସ୍ଥିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଯୁକ୍ତ ତିନି ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷା ପ୍ରଦୀପ ପ୍ରଜ୍ୱଳନ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅଧ୍ୟକ୍ଷା ମହୋଦୟାଙ୍କ ଅଧକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ କଲେଜର ପ୍ରଶାସନିକ ଅଧିକାରୀ ଆନନ୍ଦସେଠୀ, ଆଡ଼ମିସନ ଅଧିକାରୀ ଗଙ୍ଗାଧର ବେହେରା,ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼.ମଧୁସ୍ମିତା ଦାସ ଓ ସୁଶାନ୍ତ କୁମାର ପ୍ରଧାନ ମଂଚାସୀନ ଥିଲେ।ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ର ବିଶ୍ୱରଂଜନ ସାହୁ ମଞ୍ଚ ପରିଚାଳନା କରିଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଓ ଆଗକୁ ଯାଇ ଉଚ୍ଚ ଶିକ୍ଷା ଲାଭକରି ସେମାନଙ୍କ ନାମକୁ କିପରି ଦେଶ ବିଦେଶରେ ପରିଚିତ କରାଇ ପାରିବେ ତାହା କହିଥିଲେ।ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ କଲେଜ ତଥା ବିଭାଗ ପ୍ରତି ଥିବା ଅବଦାନକୁ ସମସ୍ତେ ପ୍ରଶଂସା କରିଥିଲେ।ଵିଭାଗୀୟ ମୁଖ୍ୟ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବାକୁ ଯାଇ ଉତ୍ତମ ଚରିତ୍ରବାନ ସହ ଭଲ ପାଠ ପଢି ନିଜ ବିଭାଗର ଟେକ ରଖିବାକୁ କହିଥିଲେ।ଏହି ଅବସରରେ ସେମିନାର ସମ୍ପାଦକ ସଂକେତ କୁମାର ଦାଶ ତୃତୀୟ ବର୍ଷ ଛାତ୍ରଛାତ୍ରୀମାନଙ୍କ ତରଫରୁ ଉପହାର ସଦୃଶ ଏକ ୱାଲ ମାଗାଜୀନ ଓ ମାଇକ୍ରୋଫୋନ ବିଭାଗୀୟ ମୁଖ୍ୟାଙ୍କୁ ପ୍ରଦାନ କରିଥିଲେ।ୱାଲ ମାଗାଜିନକୁ କଲେଜ ଅଧକ୍ଷା ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଉନ୍ମୋଚନ କରିଥିଲେ ଓ ତାହାର ନାମକରଣ ଆଫ୍ରିକୀୟ ଜଳହସ୍ତି ହୁବେରଟା ନାମରେ ନାମିତ ହୋଇଥିଲା।ପରେ ତୃତୀୟ ବର୍ଷ ଛାତ୍ରଛାତ୍ରୀମାନେ କଲେଜରେ ବିତେଇଥିବା ଅନୁଭୂତି କହିଥିଲେ।ବିଭାଗୀୟ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଡ଼.ମାନା ମିଲନ, ଡ଼.ଚିତ୍ତରଞ୍ଜନ ମହାନ୍ତି, ସୁଶ୍ରୀ ଭବାନୀ କୁମାରୀ ପଣ୍ଡାଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ କନିଷ୍ଠ ଛାତ୍ରଛାତ୍ରୀ ମାନେ ଅତି ଆଡମ୍ବର ସହ ଆୟୋଜନ କରିବାରେ ସହଯୋଗ କରିଥିଲେ। ପରିଶେଷରେ ଅଙ୍କିତା ପ୍ରିୟଦର୍ଶନୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।