ପ୍ରାତଃ ଭ୍ରମଣ ବେଳେ ଅବସରପ୍ରାପ୍ତ ଶିକ୍ଷକଙ୍କ ଦେହାନ୍ତ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ସଂକୁନ୍ତଳା ଦେବୀ ବିଦ୍ୟାପୀଠର ଅବସରପ୍ରାପ୍ତ ସହକାରୀ ଶିକ୍ଷକ ମଦନ ମୋହନ ପୋଲାଇ ଏପ୍ରିଲ ୧୬ ତାରିଖ ଦିନ ପ୍ରାତଃ ଭ୍ରମଣ ବେଳେ ମୃତ୍ୟୁବରଣ କରିଥିବା ଜଣାପଡିଛି । ପ୍ରତିଦିନ ଭଳି ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପୋଲାଇ ପ୍ରାତଃ ଭ୍ରମଣରେ ଗଲାବେଳେ ଝୁଣ୍ଟି ତଳେ ପଡିଯାଇଥିଲେ । ଅଚେତ ଅବସ୍ଥାରେ ଶ୍ରୀ ପୋଲାଇଙ୍କୁ ମେଡିକାଲକୁ ନିଆଯାଇଥିଲା । ହେଲେ ତାକ୍ତର ମଦନ ମୋହନ ପୋଲାଇଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସ୍ବର୍ଗତ ଶ୍ରୀ ପୋଲାଇ ସରଳ ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ। ସ୍ବର୍ଗତ ପୋଲାଇଙ୍କ ମରଶରୀର ନିକଟରେ ଧର୍ମପତ୍ନୀ, ଦୁଇ ଝିଅ ଓ ପୁଅ ଏବଂ ବହୁ ସମ୍ପର୍କୀୟ ଉପସ୍ଥିତ ଥିଲେ । ଶ୍ରୀ ପୋଲାଇଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।