ପ୍ରାଥମିକ କୃଷି ସମବାୟ ସମିତିରେ ଖୋଲିଲା ଧାନ ମଣ୍ଡି

ବାଲେଶ୍ୱର,: ସଦର ବ୍ଲକ ଅନ୍ତର୍ଗତ ସିନ୍ଧିଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଖୋଲିଯାଇଛି । ପ୍ରଥମେ ପୂଜାର୍ଚ୍ଚନା ପରେ ସମିତି ସଭାପତି ବିରେନ୍ଦ୍ର କର, ସମ୍ପାଦକ ସରତ କୁମାର ପ୍ରଧାନ, ପରିଚାଳନା ପରିଷଦର ସଦସ୍ୟ ବିଜୟ କୁମାର ମାଝୀ, ଶ୍ରୀନିବାସ ମହାଳିକ, କାର୍ତ୍ତିକ ଚନ୍ଦ୍ର ଦାସ, ବିରେନ୍ଦ୍ର ସେନାପତି ଏବଂ ଭିଏଡବ୍ଲ୍ୟୁଙ୍କ ଉପସ୍ଥିତିରେ ରମାଦେବୀ ଫୁଡ୍ସ ପ୍ରା.ଲିଃ ମିଲରଙ୍କ ଦ୍ୱାରା ଧାନ କ୍ରୟ କରିବା ପାଇଁ ନିର୍ଦ୍ଧାରିତ ହୋଇଛି । ଏହି ମଣ୍ଡିରେ ସପ୍ତାହର ୩ ଦିନ ସୋମବାର, ବୁଧବାର ଓ ଶିକ୍ରବାର ସକାଳ ୮ଠାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବ । ଏଥିରେ ଚାଷୀଭାଇ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ