ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଗାଲେରୀ ପୂର୍ବତନ ବୋର୍ଡ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ବାଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ଅକ୍ଷୟ କୁମାରଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିରୁପେ ଭଂଜନଗର ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିରେନ୍ଦ୍ର କୁମାର ଗୈାଡ, ଯୋଗ ଦେଇ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱରୋପ କରିଥିଲେ । ଏଥିସହ ଖେଳକୁଦ ଠାରୁ ଆରମ୍ଭ କରି ପିଲା ମାନଙ୍କର ବିକାଶ ନିମନ୍ତେ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ପିତା , ମାତାଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେପୂର୍ବତନ କ୍ଲଷ୍ଟର ସଂଯୋଜକ ସଂଜୟ କୋଠିଆ ଯୋଗ ଦେଇ ସେ ନିଜର ଅଭିଭାଷଣ ପ୍ରତିପାଦନ କରିଥିଲେ । ତତ ସହିତ ସମ୍ମାନୀୟ ଅତିଥି ଭାବରେ ଗାଲେରୀ କ୍ଲଷ୍ଠର ସଂଯୋଯକ ଭାସ୍କର ନାୟକ ,ଢେପସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ଦଳବରା, ଗାଲେରୀ ହରିଜନ ସହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋକୁଳ ମଳିକ,ଗାଲେରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କେଦାର ନାଥ ଗୌଡ଼ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ କାମନା କରିଥିଲେ ।ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ କ୍ରୀଷ୍ଣା ଷଡ଼ଙ୍ଗୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଈଁ ପୂରସ୍କାର ପ୍ରଦାନ କରାଯାଇଥିଲା । ଏହି ବର୍ଷିକ ଉତ୍ସବ ରେ ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତକ୍ଷ ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟାନ୍ୟ ସଭ୍ୟସଭ୍ୟକ୍ଷ ଓ ଅଭିଭାବକ ମନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ