ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏସ.ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜବାହାରଲାଲ ସାହୁ ଙ୍କୁ ଭବ୍ୟ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରପାଣି ବେହେରା,ସି.ଆର.ସି.ସି ଦେବହରି ରଣା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଳ ସେଠୀ ମଞ୍ଚାସୀନ ହୋଇଥିଲେ। ଅବସରକାଳୀନ ସମ୍ବର୍ଦ୍ଧନା ପୂର୍ବକ ଜବାହାର ଲାଲ ଙ୍କୁ ବ୍ୟାଣ୍ଡ ବାଜା ତଥା କୀର୍ତ୍ତନରେ ଗ୍ରାମବାସୀଙ୍କ ମଧ୍ୟରେ ଭାବ ବିହ୍ୱଳ ପରିବେଶରେ ଗ୍ରାମ ପରିକ୍ରମା କରିଥିଲେ।ଏହାସହ ଛାତ୍ରଛାତ୍ରୀ ମାନେ ବିଦାୟୀ ଶିକ୍ଷକଙ୍କୁ ପୋଷାକ,ଗୀତା ବହି,ଜୋତା,ଛତା ସହ ଅନେକ ମୂଲ୍ୟବାନ ସାମଗ୍ରୀକୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ।ସୂଚନା ଅନୁଯାୟୀ,ଶିକ୍ଷକ ଜଣଙ୍କ ଦୀର୍ଘ ୩୨ ବର୍ଷ ଶିକ୍ଷକତା କାର୍ଯ୍ୟକାଳ ମଧ୍ୟରେ ୫ ବର୍ଷ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳାଙ୍କ ସମେତ ବିଦ୍ୟାଳୟ ର ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।ବିଦ୍ୟାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା, ନାରୁସୁ ସେଠୀ,ସୁମନ୍ତ ନାୟକ ଏବଂ ଶିବରାମ ସାବତ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ