ପ୍ରାଥମିକ ବିଦ୍ୟାଳୟ କରାତଳିର ସଫଳତା

ଛତ୍ରପୁର: ଛତ୍ରପୁରସ୍ଥିତ ଅନସ୍ଲୋ ଅନୁଷ୍ଠାନ ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କରାତଳି ଉଚ୍ଚପ୍ରାଥମିକ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଏକ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପରିବେଶ ସୁରକ୍ଷା ଜୀବନ ରକ୍ଷା’ ଉପରେ ଏକ ଚମକ୍ରାର ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବ୍ଲକ, ବିଦ୍ୟାଳୟ ତଥା କରାତଳି ଗ୍ରାମ ପାଇଁ ଗୌରବ ଆଣିଥିଲେ । ଏଥିପୂର୍ବରୁ ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ କ୍ଲଷ୍ଟରସ୍ତରୀୟ ସୁରଭି ଓ ନଭେମ୍ବର ୬ ତାରିଖରେ ବ୍ଲକ ସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରି ନିଜର ନୃତ୍ୟ ନିପୁଣତାର ପରିଚୟ ଦେଇଥିଲେ । ପ୍ରକାଶଥାଉ କି ଗତବର୍ଷ ଅର୍ଥାତ ୨୦୧୮ରେ ମଧ୍ୟ ଏହି ବିଦ୍ୟାଳୟ କ୍ଲଷ୍ଟର, ବ୍ଲକ, ଜିଲ୍ଲାସ୍ତରୀୟ ସୁରଭିରେ ଭାଗ ନେଇଥିଲେ । ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃନ୍ଦ ଏଥିରେ ଉତ୍ସାହିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ