ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲିବା ଆନ୍ଦୋଳନ କୁ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଓଡ଼ିଶା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ର ଆହ୍ବାନ କ୍ରମେ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ସାରା ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲିବା ଆନ୍ଦୋଳନ କୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ସମସ୍ତ ବର୍ଗର ଶିକ୍ଷକ ମାନେ ଯୋଗ ଦେଇଥିଲେ । ଏହି ଆନ୍ଦୋଳନର ସଫଳ ରୂପାୟନ ନିମନ୍ତେ ସମସ୍ତ ନେତୃବୃନ୍ଦ ଯଥା ଶ୍ରୀଯୁକ୍ତ ଜଗବନ୍ଧୁ ଜେନା (ମୁଖ୍ୟ ଉପଦେଷ୍ଟା AOLSTA) ,ଶ୍ରୀଯୁକ୍ତ ଅମର ବିଳାସ ବେହେରା (ବରିଷ୍ଠ ଶିକ୍ଷକ ନେତା ଓ ଉପଦେଷ୍ଟା AOLSTA),ଶ୍ରୀଯୁକ୍ତ ତ୍ରିନାଥ ପଟ୍ଟନାୟକ (ଶିକ୍ଷକ ନେତା),ଶ୍ରୀଯୁକ୍ତ ରାଜେଶ ପ୍ରଧାନ(ଶିକ୍ଷକ ନେତା), ଶ୍ରୀଯୁକ୍ତ ସଞ୍ଜୟ ପ୍ରଧାନ (ସଭାପତି UPTF ଭଂଜନଗର),ଶ୍ରୀଯୁକ୍ତ ସିମଞ୍ଚଳ ପାତ୍ର (ସଭାପତି ଏକ୍ସ କାଡ଼ର୍ ଶିକ୍ଷକ ସଂଘ),ଶ୍ରୀଯୁକ୍ତ କାଳୀଚରଣ ସେଠୀ (ସମ୍ପାଦକ UPTF ଭଞ୍ଜନଗର) ନିଜସ୍ଵ ମତ ପ୍ରଦାନ ପୂର୍ବକ ଆନ୍ଦୋଳନ କୁ ସଫଳ କରିବା ପାଇଁ ମାର୍ଗ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ