ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ତିନିଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ ଓ ଆନ୍ଦୋଳନ ଚେତାବନୀ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ଗଜେନ୍ଦ୍ର ମାଝୀଙ୍କ ନେତୃତ୍ୱରେ ତିନିଦଫାନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିକ୍ଷାମନ୍ତ୍ରି, ୫ଟି ସଚିବ, ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟ ରେ ଏବିଇଓ ବିଜୟ ବେହେରାଙ୍କୁ ପ୍ରଦାନ କରିଛନ୍ତି। ଏହା କାର୍ଯ୍ୟକାରୀ କରାନଗଲେ କଳାବ୍ୟାଜ ପରିଧ୍ୟାନ, ଶିକ୍ଷକଙ୍କ ପୋଷାକ ବର୍ଜନ ଓ ୧୫ରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ ରାଜ୍ୟ ମିଳିତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ତିନଟି ଦାବି ଦାବି ଛଅବର୍ଷ ମୁଳ ଚାକିରୀ ଗଣନା କରି ଛଅଟି ନୋସନାଲ ଇଙ୍କରମେଣ୍ଟ ପ୍ରଦାନ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଓ ପୁରୁଣା ପେନସନ ଲାଗୁକରିବା( ସଂଯୋଗ କରାଯିବ) ନେଇ ଲିଖିତ ଭାବେ ଦେଇଥିଲେ। ବର୍ତ୍ତମାନ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ସରକାର ନେଇନାହାନ୍ତି।। ବାଧ୍ୟ ହୋଇ ସେମାନ ଦାବି ପୂରଣ ନହେଲେ ପୁନର୍ବାର ଆନ୍ଦୋଳନକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଯାହାକୁ ସମର୍ଥନ କରିଛନ୍ତି ଗଞ୍ଜାମ ବ୍ଳକ ସଙ୍ଘ । ଦାବିପତ୍ର ପ୍ରଦାନ ସମୟରେ ରାଜ୍ୟ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରା,ସମ୍ପାଦକ ଲକ୍ଷଣ ନାହାକ,ଉପସଭାପତି ଗୋପବନ୍ଧୁ ସ୍ୱାଇଁ, ସହ ସମ୍ପାଦକ ଗୀତାଞ୍ଜଳୀ ସାମନ୍ତ,କୋଷାଧ୍ୟକ୍ଷ ଜୟକୃଷ୍ଣ ତ୍ରିପାଠୀ,ଉପଦେଷ୍ଟା ନିରଞ୍ଜନ ମହାପାତ୍ର ଓ ହୃଷିକେଶ ପଣ୍ଡା, ସୁଦର୍ଶନ ତ୍ରିପାଠୀ, ଦାମୋଦର ପଣ୍ଡା,ବିପ୍ରଚରଣ ସାହୁ, କନିଷ୍ଠ ଶିକ୍ଷକସଙ୍ଘ ସଭାପତି ପଲ୍ଲବି ଷଡଙ୍ଗୀ, ସମ୍ପାଦକ ସ୍ୱାଗତିକା ଦଳେଇ,ଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।