ପ୍ରାଥମିକ ଶିକ୍ଷକଙ୍କୁ କୋଭିଡ୍‌-୧୯ ଯୋଦ୍ଧା ଘୋଷଣା ଦାବି

ଛତ୍ରପୁର, (ଓ୍ବାଇଏନ୍ଏସ୍):କୋଭିଡ୍‌-୧୯ ବିରୋଧରେ ଯୁଦ୍ଧ କରି ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କୁ ବୀମା ପ୍ରଦାନ, କରୋନା ପୀଡ଼ିତା ଶିକ୍ଷକ /ଶିକ୍ଷୟତ୍ରୀଙ୍କୁ ଉତମ ଚିିକିତ୍ସା ଓ ସିସିଏଚ ନିଯୁକ୍ତିରୁ ବାଦ୍ କରିବା ଦାବି ସମେତ ୫ ଦଫା ଦାବି ନେଇ ଆଜି ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଂଘର ସଭାପତି ଶଶାଙ୍କ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରିଛନ୍ତି । ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ ଜିଲ୍ଲାରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଦାୟିତ୍ୱ ନିର୍ବାହ କରିଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କୋଭିଡ୍‌-୧୯ ଯୋଦ୍ଧା ଘୋଷଣା କରାଯାଉ, କରୋନାରେ ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କୁ କୋଭିଡ୍‌-୧୯ ନିୟମ ଅନୁଯାୟୀ ବୀମା ରାଶି ପ୍ରଦାନ, ପରିବାରର ଜଣଙ୍କୁ ଚାକିରି ସହ ସହାୟତା ପ୍ରଦାନ କରାଯାଉ, କରୋନା ସଂକ୍ରମିତ ହୋଇ ଆଜି ସୁଦ୍ଧା ଚିକିତ୍ସିତ ହେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତ୍ୱରିତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉ, କୋଭିଡ୍ ପରିଚାଳନା କିମ୍ବା ବିଜ୍ଞାନ କ୍ଷେତ୍ରରେ ପ୍ରାଥମିକ ଶିକ୍ଷକମାନେ ତାଲିମ ପ୍ରାପ୍ତ ନୁହନ୍ତି । ତେଣୁ ଜିଲ୍ଲାରେ କୋଭିଡ୍ କେୟାର ହୋମଗୁଡ଼ିକରେ ପ୍ରାଥିମକ ଶିକ୍ଷକଙ୍କ ନିଯୁକ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଏବଂ ତାଙ୍କ ସ୍ଥାନରେ ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରାଯାଉ, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଂଟିଆ କୋଭିଡ୍‌-୧୯ ସହାୟତା କେନ୍ଦ୍ର ଖୋଲାଯାଉ, ସଙ୍ଗରୋଧ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ୱାବ ଟେଷ୍ଟ କରାଯାଉ, ଜିଲ୍ଲାରେ ବର୍ତମାନ ସୁଦ୍ଧା ୯ ଜଣରୁ ଉର୍ଦ୍ଧ୍ୱ ପ୍ରାଥମିକ ଶିକ୍ଷକମାନଙ୍କ ମୃତ୍ୟୁ ହୋଇଛନ୍ତି । ଏହି ସ୍ମାରକ ପତ୍ର ପ୍ରଦାନବେଳେ ଛତ୍ରପୁର ଜୋନ ସଭାପତି ପୂର୍ଣ୍ଣଚନ୍ଦ୍ର ମହାରଣା, ଛତ୍ରପୁର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, ଗଞ୍ଜାମ ଜିଲ୍ଲା ଉପସଭାପତି ସୁବାସ ଚନ୍ଦ୍ର ବେହେରା କୁକୁଡ଼ାଖଣ୍ଡି ବ୍ଲକ ସମ୍ପାଦକ ସାରଥୀ ପାତ୍ର, ଖଲିକୋଟ ବ୍ଲକ ସମ୍ପାଦକ ମଧୁଚରଣ ସେଠୀ ଓ ପୁରୁଷୋତମପୁର ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ପଣ୍ଡାଙ୍କ ସମେତ ବହୁ ସଭ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ