ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ଲକ୍ଷ ୨୫ହଜାର ଟଙ୍କା ଦାନ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କରୋନା ମୁକାବିଲା ପାଇଁ ସେମାନଙ୍କ ଦରମା ଅର୍ଥରୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ରିଲିଫ ପାଣ୍ଠିକୁ ୩ଲକ୍ଷ ୨୫ହଜାର ୫୨୩ଟଙ୍କା ଦାନ କରିଛନ୍ତି । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷକ ସମନ୍ୱୟ କମିଟି ତତ୍ୱାବଧାନରେ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ପ୍ରଦାନ କରିଥିବା ଉପରୋକ୍ତ ଅର୍ଥରାଶିର ଏକ ବ୍ୟାଙ୍କଡ୍ରାଫ୍ଟ ଗୁରୁବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଉଦେଶ୍ୟରେ ପ୍ରଦାନ କରାଯାଇଛି । ଶିକ୍ଷକ ସମନ୍ୱୟ କମିଟି ପକ୍ଷରୁ ରମେଶ ଚନ୍ଦ୍ର ସାହୁ, ରାଜେନ୍ଦ୍ର ପ୍ରସାଦ ରାଉତ, ମାନଭଞ୍ଜନ ପ୍ରଧାନ, ସେଖ ଖତିବ, ଅଶୋକ କୁମାର ସାହୁ, ମନୋରଞ୍ଜନ ବାରିକ, ବିଶ୍ୱବନ୍ଧୁ ଜେନା, ଅନନ୍ତ ଚରଣ ପରିଡା, ଦୁଃଶାସନ ରାଉତ, ବଳଦେବ ପ୍ରସାଦ ଜେନା, ଶେଖ ମନସୁର ଅଲ୍ଲୀ, ପ୍ରିୟମ୍ବଦା ସୁନ୍ଦରରାୟ ପ୍ରମୁଖ ଜିଲ୍ଲାପାଳଙ୍କୁ ଡ୍ରାଫ୍ଟ ପ୍ରଦାନ କରିବା ସହିତ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ