ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୁତନ ବିଇଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଘଟଗାଁ ବ୍ଲକର ସହ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏବିଇଓ ତପୋଧନ ସ୍ୱାଇଁ ବିଭାଗୀୟ ପଦୋନ୍ନତି ପାଇ ଘସିପୁରା ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି । ଆଜି ନୁଆକରି ଦାୟିତ୍ୱ ନେଇଥିବା ଘସିପୁରା ବିଇଓ ଶ୍ରୀ ସ୍ୱାଇଁଙ୍କ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଘସିପୁରା ତରଫରୁ ସଭାପତି ଉମାକାନ୍ତ ଜେନାଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତାମାନେ ସାକ୍ଷାତକରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତତସହିତ ୧୦ବର୍ଷ ପୁରଣ କରିଥିବା ଏମ.ଏ.ସି.ପି, ନୁଆକରି ନିୟମିତ ହୋଇଥିବା ଶିକ୍ଷକଙ୍କର ଦରମା, ତିନିବର୍ଷ ପୁରଣ କରିଥିବା ଶିକ୍ଷା ସହାୟକଙ୍କର ଜୁନିୟର ଟିଚର ନିମନ୍ତେ କାଗଜପତ୍ର ପ୍ରସ୍ତୁତି ଆଦି ସମ୍ବନ୍ଧରେ ବିଇଓଙ୍କୁ ସଂଘ ତରଫରୁ ଅବଗତ କରାଯାଇଥିଲା ।ଉକ୍ତ କାର୍ଯ୍ୟ ଗୁଡିକ ଯଥାଶୀଘ୍ର ସମାଧାନ ନିମନ୍ତେ ବିଇଓ ପ୍ରତିଶୃତି ଦେଇଥିଲେ । ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସଂଘ କର୍ମକର୍ତ୍ତା କଳ୍ପତରୁ ନାଥ, ସୁରେଶ ଚନ୍ଦ୍ର ମହାନ୍ତି, ପ୍ରଭାତ କୁମାର ଧିର, କୁଳମଣି ସେଠୀ, ପ୍ରାଣନାଥ ଜେନା, ଉପେନ୍ଦ୍ର ନାଥ ସାହୁ, ଜ୍ଞାନେନ୍ଦ୍ର କୁମାର ରାଉତ, ନିରାକାର ସାହୁ, ଶାନ୍ତନୁ କୁମାର ରାଉତ, ଦେବାଶିଷ ମହାନ୍ତି, ଆଦିକନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଘସିପୁରା ବ୍ଲକରେ ଦୀର୍ଘ ଦୁଇବର୍ଷ ହେଲା ବିଇଓ ପଦବୀ ଖାଲି ପଡିଥିଲା । ଏହି ପଦବୀଟି ପୁରଣ ହେବାପରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ