ପ୍ରାଥମିକ ଶିକ୍ଷକ ସଂଘ ର କର୍ମ କର୍ତ୍ତା ଚୟନ
ହାଟଡିହି, (ବିକାଶ ବିଶ୍ୱାଳ):ଶନିବାର ମଧ୍ୟାହ୍ନରେ ବିଷ୍ଣୁପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶାଳଣିଆଁ ସର୍କଲ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଘଂର ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ରଘୁନାଥ ଦ୍ଵିବେଦୀଙ୍କ ସଭାପତିତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାଳଣିଆଁ ସର୍କଲ ପ୍ରାଥମିକ ଶିକ୍ଷକ ସଂଘ ର ସ୍ଥାୟୀ ସଭାପତି ଭାବେ ବିଜୟ କୁମାର ସେଠୀ ଓ ଉପ ସଭାପତି ଅକ୍ଷୟ କୁମାର ବେହେରାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଗଲା। ଏହି ଅବସରରେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଅନନ୍ତ ଚରଣ ବାରିକଙ୍କୁ ତାଙ୍କ ବାସଭବନରେ କର୍ମକର୍ତ୍ତା ମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ସଂମ୍ଫାଦକ ଶ୍ରୀଯୁକ୍ତ ବିବେକାନନ୍ଦ ବେହେରା, ରଘୁନାଥ ଦିବେଦୀ, ପ୍ରଭାତ ସେନାପତି, ବାସନ୍ତୀ ସେଠୀ,ବିଜୟ କୁମାର ସେଠୀ, ଗୌରାଙ୍ଗ ନାୟକ, ନମିତା ଦାସ, ଅକ୍ଷୟ କୁମାର ବେହେରା, ରବିନାରାୟଣ ରଣା, ଯତୀନ୍ଦ୍ର ଦେଓ ପ୍ରମୁଖ ଯୋଗଦେଇ ଥିଲେ।


