ପ୍ରାଥମିକ ଶିକ୍ଷକ ସଂଘ ର ସଫ୍ତମ ବାର୍ଷିକ ସମାବେଶ ଅନୁଷ୍ଠିତ

ସମ୍ବଲପୁର, (ଲିପନ ନାଏକ):ଜମନକିରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜମନକିରା ଅତିରିକ୍ତ ଶିକ୍ଷା ଅଧିକାରୀ ଦେବକୀ ନାୟକ ଙ୍କ ସଭାପତିତ୍ୱ ରେ ପ୍ରାଥମିକ ଶିକ୍ଷକ ସଂଘ ର ସଫ୍ତମ ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସମ୍ବଲପୁର ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡ଼. ମୁରଲୀଧର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜମନକିରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବକୀ ନାୟକ, ଶିକ୍ଷକ ସଂଘ ସଭାପତି ଶ୍ରୀକାନ୍ତ ପଟେଲ, ସମ୍ପାଦକ କାର୍ତ୍ତିକ କିଷାନ ଯୋଗ ଦେଇଥିଲେ ଓ ମୁଖ୍ୟ ବକ୍ତା ଭାବେ ଡ଼. ଗୀତାଞ୍ଜଳି ଭୋଇ ଅଧ୍ୟକ୍ଷା ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ସମ୍ବଲପୁରଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସର୍ବ ପ୍ରଥମେ ମା ସମଲେଇ ଙ୍କ ପୂଜା ର୍ଚନା କରି ଦୀପ ପ୍ରଜ୍ବଳନ କରିଥିଲେ। ବିଭିନ୍ନ ଶିକ୍ଷକ ମାନେ ଶିକ୍ଷା, ଶିକ୍ଷକ, ଏବଂ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କଣ ଆବଶ୍ୟକ ନିଜ ଅଭିଭାଷଣ ରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମ ରେ ଜମନକିରା ବ୍ଲକ ରେ ଚାଳିତ ଶିକ୍ଷା ବର୍ଷରେ ଅବସର ନେଇଥିବା ୧୮ ଜଣ ଓ ଚଳିତ ଶିକ୍ଷା ବର୍ଷ ରେ ନୂତନ ଭାବେ ନିଯୁକ୍ତି ପାଇଥିବା ୨୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରାଦନ କରି ସମ୍ମାନିତ କରାଯାଇଥିଲା। ସେହିପରି ସରକାର ଙ୍କ ମୌଳିକ ସ୍ଵାକ୍ଷର ଏବଂ ସଂସ୍କାର ଜ୍ଞାନ କାର୍ଯ୍ୟକ୍ରମ ରେ ଭଲ ପ୍ରଦର୍ଶନ କରିଥିବା ଅଞ୍ଚଳର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମଧ୍ୟ ମାନପତ୍ର, ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରାଦନ କରି ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ମୀରା ପଟେଲ ବନିତା ସହେଲା, ସସ୍ମିତା ନାୟକ, ପ୍ରତାପ ମହାପାତ୍ର ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାହାଯ୍ୟ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସାଂଶୁକିତ କାର୍ଯ୍ୟକ୍ରମ ପଞ୍ଚାନନ୍ଦ ମହାନନ୍ଦିଆ ଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ସମାପନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ