ପ୍ରାଥମିକ ଶିକ୍ଷକ ସଂଘ ୨୦୧୨ ପକ୍ଷରୁ ବି.ଆର.ସି.ସି ଙ୍କୁ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି : ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଗୋଷ୍ଠୀ ସାଧନକେନ୍ଦ୍ରର ସଂଯୋଜକ ବିନୋଦ କୁମାର ରାଉତଙ୍କୁ ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ଏନପିଏସ) ୨୦୧୨ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ଗଣେଶ କୁମାର କୁଅଁର, ରାକେଶ କୁମାର ସାହୁ, ଗୋବର୍ଦ୍ଧନ ସାହୁ, ପ୍ରଶାନ୍ତ କୁମାର ଗିରି, ସୂର୍ଯ୍ୟପ୍ରକାଶ ସେଠୀ, ଅକ୍ଷୟ କୁମାର ଖଟୁଆ, ରାଜୀବ ଲୋଚନ ସାହୁ, ଶ୍ରୀକାନ୍ତ କୁମାର ମଲ୍ଲିକ, ମିଥୁନ କୁମାର ଜେନା, ସୁରଜ କୁମାର ପଟ୍ଟନାୟକ, ତପନ କୁମାର ସ୍ୱାଇଁ, ଅଜୟ କୁମାର ଜେନା, ଆଶୁତୋଷ ପହି, ସତ୍ୟବ୍ରତ ନାୟକ ପ୍ରମୁଖ ଯୋଗଦେଇ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକଙ୍କ ଜୀବନାଦର୍ଶ ଉପରେ ଅଲୋକପାତ କରିବା ସହ ସେ ଜଣେ ସୁ ପ୍ରଶାସକ ଭାବେ କାର୍ଯ୍ୟକରି ଚାଲିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ଉତ୍ତରୀୟ ଓ ପୁ୍ପଗୁଚ୍ଛ ଦିଆଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦିପକ କୁମାର ନାୟକ, ରାଜେଶ ପଣ୍ଡା, ସଞ୍ଜୟ କୁମାର ପାତ୍ର, ମଣ୍ଟୁ ଜେନା, ଅଭିମନ୍ୟୁ ପାଗଳଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।


