ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର, ଷ୍ଟୋର ରୁମରେ ଏକକାଳୀନ ଚାଲିଛି ୩ ଗୋଟି ଶ୍ରେଣୀର ପାଠପଢ଼ା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖା ଦେଇଛି. ସମ୍ପୃକ୍ତ ବିଦ୍ୟାଳୟର ଷ୍ଟୋର ରୁମରେ ଏକକାଳୀନ ୩ ଗୋଟି ଶ୍ରେଣୀର ପାଠ ପଢା ଚାଲିଥିବା ଲକ୍ଷ୍ୟ କରାଯାଇଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର କେତେକ ବିଦ୍ୟାଳୟରେ ନାହିଁ ଆବଶ୍ୟକ ଶ୍ରେଣୀ ଗୃହ, ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ବାରଣ୍ଡାରେ ଚାଲୁଛି ଏକାଥରକେ ତିନି ତିନୋଟି ଶ୍ରେଣୀର ପିଲାଙ୍କ ପାଠପଢା। କେବଳ ସେତିକି ନୁହେଁ ଗୋଦାମ ଗୃହରେ ମଧ୍ଯ ପଢୁଛନ୍ତି ଛାତ୍ରୀଛାତ୍ରୀ। ଏଭଳି ଅବ୍ୟବସ୍ଥା ଦେଖ‌ିବାକୁ ମିଳିଛି ମୋହନା ବ୍ଲକର ୧୯୭୭ରେ ସ୍ଥାପିତ ହୋଇଥିବା ସରକାରୀ ରଚ୍ଚ ପ୍ରାଥମିକ ବିଦ୍ୟାଳୟ କିରିଙ୍ଗଠାରେ। ଗ୍ରାମାଞ୍ଚଳରେ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା ଯୋଗାଇଦେବା ପାଇଁ ସରକାର ପ୍ରତି ବିଦ୍ୟାଳୟର ଭିତିଭୂମିର ବିକାଶକୁ ପ୍ରାଧାନ୍ୟ ଦେଉଥିବା ବେଳେ ଉକ୍ତ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୭୫ ପିଲା ପଢୁଛନ୍ତି। ବିଦ୍ୟାଳୟରେ ପୁରୁଣା କୋଠାକୁ – ମିଶାଇ ସମ୍ପୂର୍ଣ୍ଣ ଦୁଇଟି କୋଠା ରହିଥ‌ିବା ବେଳେ ଗୋଟିଏ କକ୍ଷରେ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ ଏବଂ ଅନ୍ୟ ଏକ କକ୍ଷରେତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀର ବିଦ୍ୟାର୍ଥୀ ପାଠ ପଢୁଛନ୍ତି। ଅବଶିଷ୍ଟ ଷଷ୍ଠ, ସପ୍ତମ ଓ ମ ଶ୍ରେଣୀର ଛାତ୍ରୀଛାତ୍ର ନାରଣା ପଢୁଛନ୍ତି I ଅସରାଏ ବର୍ଷା ହେଲେ ପାଠ ପଢା ପ୍ରଭାବିତ ହେଉଥିବା ବେଳେ ଗୋଟିଏ ସ୍ଥାନରେ ତିନି ତିନୋଟି ଶ୍ରେଣୀର ପାଠ ପଢିବା ବହୁତ ଅସୁବିଧା । ହେଉଥିବା ବା ପ୍ରକାଶ କରିଛନ୍ତି ଛାତ୍ରୀଛାତ୍ର। ରୋଷେଇଶାଳ ଛାତ ଖରାପ ଥିବା ଯୋଗୁଁ ମଧ୍ଯ ଭୋଜନ ଓ ଅନ୍ମାନ୍ଧ ସାମଗ୍ରୀକୁ ଆଣି ବିଦ୍ୟାଳୟ କୋଠରୀରେ ରଖାଯାଇଛି। ଏଥିସହ ବିଦ୍ୟାଳୟରେ ପାଣି ଟ୍ୟାପ ଲାଗିଛି କିନ୍ତୁ ପାନୀୟ ଜଳର ସୁବ୍ୟବସ୍ଥା ନାହିଁ I ପାଚେରୀ ନଥିବା ହେତୁ ଅସାମାଜିକ ଲୋକଙ୍କ ଅବାଧ ପ୍ରବେଶ ସହ ବହୁ ସମସ୍ୟାହେଉଥିବା କହିଛନ୍ତିତ୍ରୀମାନେ। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ କାର୍ଯ୍ୟଙ୍କୁ ପଚାରିବାରେ ବିଦ୍ୟାଳୟର ସମସ୍ୟା ନେଇ ପିଶିକି ସରପଞ୍ଚ ରାଜ କିଶୋର ମଲିକଙ୍କ ସହ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିବା କହିଛନ୍ତି। ସେପଟେ ପିଣ୍ଡିକି ସରପଞ୍ଚଙ୍କୁ ପଚାରିବାରେ ଏମ୍ଜିଏନ୍‌ଆର୍‌ଇଜିଏସ୍ ଯୋଜନାରେ ବିଦ୍ୟାଳୟ ପାଚେରୀ ଖୁବଶୀଘ୍ର ନିର୍ମାଣ କରାଯିବ। ଏହା ସହ ନୂତନ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବ୍ଳକର କନିଷ୍ଠ ଯନ୍ତ୍ରୀ ରାଜେଶ କୁମାର ପାଢ଼ୀ ଧ୍ୟାନ ଦେଉନଥିବା କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ଶ୍ରେଣୀ ଗୃହ ପାଇଁ ଟେଣ୍ଡର ସରିଛି, ଶୀଘ୍ର ନିର୍ମାଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ମୋହ‌ନା ବିଡିଓ ହଳା ଶବରଙ୍କୁ ଯୋଗାଯୋଗ କରାଯିବାରୁ ତଦନ୍ତ କରି ଅତିଶୀଘ୍ର ସ୍କୁଲର ସମସ୍ତ ସୁବିଧା କରାଯିବ ବୋ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ