ପ୍ରାଥମିକ ସହାୟତା ଦିବସ ପାଳନ
ଗାଙ୍ଗପୁର, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ତରଫରୁ ବିଶ୍ୱ ପ୍ରାଥମିକ ସହାୟତା ଦିବସ ପାଳିତ ହୋଇଯାଇଛି |ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଏଥିରେ ଅଧକ୍ଷତା କରି ପ୍ରାଥମିକ ସହାୟତାର ଲକ୍ଷ, ସିପିଆର, ଅସ୍ଥି ଭଗ୍ନ, ଅପସ୍ମାର, ସାପ କାମୁଡା, ରକ୍ତ ଶ୍ରାବ ସମ୍ପର୍କରେ ଆଲୋଚନା କରିଥିଲେ |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସାମ୍ନାନୀତ ଅତିଥି ରୂପେ ଯୋଗ ଦେଇ ସମସ୍ତେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ନେବା ଉଚିତ ବୋଲି କହିଥିଲେ |ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କ| ସ୍ୱାଗତ କରିଥିଲେ |ଜାତୀୟ ସେବା ଯୋଜନା କାର୍ଯ୍ୟକ|ରି ଦିପୁ ଭୂୟାଁ ଧନ୍ୟବାଦ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ,ମହେଶ୍ୱର ରାଉତ, ପି ଦୀପକ ରାଓ, ସ୍ନିଗ୍ଧା ରାଣୀ ଗଉଡ଼, ଦେଵେଶ ଚନ୍ଦ୍ର ମହାପାତ୍ର, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣୀ ବିଶ୍ୱାଳ, ଗଙ୍ଗାଧର ରଣା ପ୍ରମୁଖ ସହଯୋଗ କରିଥିଲେ |