ପ୍ରାଧ୍ୟାପକ ସ୍ୱରାଜ କେତନ ମଙ୍ଗରାଜଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପ୍ରାଧ୍ୟାପକ ସ୍ୱର୍ଗତ ସ୍ୱରାଜ କେତନ ମଙ୍ଗରାଜଙ୍କ ଏକ ଶ୍ରଦ୍ଧାଞ୍ଜଳି ସଭା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥି ଭାବେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଡଃ. ସେକ ସମସୁର, ପ୍ରାଧ୍ୟାପକ ଡଃ. ସର୍ବେସ୍ୱର ସେଣ, ଅଧ୍ୟାପକ ଅଜୟ ରାଉତ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଙ୍ଗରାଜଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ତପନ କୁମାର ପତି ଓ କବି ତଥା ନାଟ୍ୟ କଳାକାର ଅଶୋକ କୁମାର ସାହୁଙ୍କୁ ସ୍ୱର୍ଗତ ସ୍ୱରାଜ କେତନ ମଙ୍ଗରାଜଙ୍କ ସ୍ମୃତି ସମ୍ମାନ – ୨୦୨୨ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ସଂସଦର ସମ୍ପାଦକ ସୁଶିଲ ସାମଲ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏହି ସଭାରେ ପ୍ରଫୁଲ୍ଲ କୁମାର ଦାସ, କେଦାରନାଥ ସାମନ୍ତରାୟ, ବିପିନ ବିହାରୀ ବାରିକ, ଗୋପାଳକୃଷ୍ଣ ଜେନା, ଗୋଲେଖ ଚନ୍ଦ୍ର ପଢିଆରୀ, ଆଇନଜୀବୀ ପ୍ରଦିପ କୁମାର ଦାଶ, ସଞ୍ଜୟ ରାଉତ, ଉମାଶଙ୍କର ଜେନା,କବୟତ୍ରୀ ଅବନ୍ତୀ ବେହେରା, ସ୍ୱପ୍ନାଂଶୁ ଦାସ, ଶୈଳବାଳା ସାମଲ, ନୃସିଂହ ଚରଣ ତ୍ରିପାଠୀ, ପଣ୍ଡିତ ପ୍ରତାପ ପତି, ଉତ୍କଳ ମହାପାତ୍ର, ଦେବେନ୍ଦ୍ର ଦାସ, ବଳରାମ ଦାସ, ସୁଶ୍ରୀ ମମତା ବେହେରା, ବୈଷ୍ଣବ ସ୍ୱାଇଁ, ରଣଧୀର ଜେନା, ଗୋଲଖ ସେଠୀ ଓ ସ୍ୱର୍ଗତ ମଙ୍ଗରାଜଙ୍କ ଦୁଇପୁତ୍ର ଜୀତେନ୍ଦ୍ର କେତନ ମଙ୍ଗରାଜ ଓ ସାଇକିରଣ ମଙ୍ଗରାଜ, ଦୁଇପୁତ୍ରବଧୁ ଓ ନାତି, ନାତୁଣୀମାନେ ଯୋଗଦେଇ ସ୍ୱର୍ଗତ ମଙ୍ଗରାଜଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ