ପ୍ରାରମ୍ଭିକ ଯୋଗ ଶିବିର କାର୍ଯ୍ୟକ୍ରମ ଶୁଭାରମ୍ଭ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆସନ୍ତା 21 ଜୁନ ୨୦୨୨ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଉପଲକ୍ଷେ କେନ୍ଦ୍ର ସରକାରଙ୍କ ରେଳ ,ଡାକ ଓ ସଂଚାର ବିଭାଗ ପକ୍ଷରୁ ବ୍ୟାପକ ସେଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ମୁଖ୍ୟ ଡାକ ବିଭାଗ ପରିସରରେ ଯୋଗ ଶିବିର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଡାକ ବିଭାଗର ମୁଖ୍ୟ ଅଧିକାରୀ ବିଜୟ କେତନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଶିକ୍ଷକ ଭାବେ ବିଶିଷ୍ଟ ଯୋଗ ଶିକ୍ଷକ ସନ୍ତୋଷ କୁମାର ମହାନ୍ତ,ସଞ୍ଜୀପ ମହାନ୍ତ,ଯତୀନ୍ଦ୍ର ନାଥ ବେହେରା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ ।ଯୋଗ ପ୍ରାଚୀନ କାଳଠାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଏହାର ଗୁରୁତ୍ଵ ବହନ କରିଛି I ଶରୀର, ମନ, ବିବେକ, ପ୍ରାଣକୁ ଏକତା ସୂତ୍ରରେ ବାନ୍ଧି ରଖି ଏକ ସୁସ୍ଥ ମଣିଷ ଗଢିବାରେ ଗୁରୁ ଦାୟିତ୍ବ ବହନ କରିଥାଏ । ବସ୍ତୁବାଦୀ ଦୁନିଆଁରେ ଅର୍ଥ ପିପାସୁ ମଣିଷ ନିଜର ମନ ଓ ଶରୀର ଉପରେ ନିୟନ୍ତ୍ରଣ ହରାଇ ବସିଛି ।ଯାହାଫଳରେ ପ୍ରାଚୁର୍ଯ୍ୟ ମଧ୍ୟରେ ଅଶାନ୍ତିରେ ଜୀବନ କାଳାତିପାତ କରୁଛି ।ତେଣୁ ମନ ଓ ଶରୀରକୁ ନିୟନ୍ତ୍ରଣରେ ରଖିବା ସହ ନିଜକୁ ସୁଖ ଓ ଶାନ୍ତିରେ ବିତାଇବାକୁ ହେଲେ ଯୋଗ ଅଭ୍ୟାସ ନିହାତି ଆବଶ୍ୟକ ବୋଲି ଜିଲ୍ଲା ଜୁନିୟର ରେଡ୍ କ୍ରସ୍ ଅଧିକାରୀ ସ୍ମୃତି ରଞ୍ଜନ ପାଣି ମତବ୍ୟକ୍ତ କରିଥିଲେ I।ଏହି ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ଅଂଚଳରୁ ଡାକ କର୍ମଚାରୀ ଅଂଶ ଗ୍ରହଣ କରି ଯୋଗ ତାଲିମନେଇ ସନ୍ତୋଷ ଲାଭ କରିଥିଲେ । କାର୍ଯ୍ୟକ୍ରମରେ ପୋଷ୍ଟାଲ ଇନ୍ସପେକ୍ଟର ଶିଶିର ଦେହୂରୀ, କର୍ମଚାରୀ ପ୍ରେରଣା ପାତ୍ର, କମଳା ପାତ୍ର, କସ୍ତୁରୀ ନନ୍ଦ,ମନୋଜ କୁମାର ମହାନ୍ତ, ବିବେକ ସାହୁ, ସଞ୍ଜୟ ଦାସ, ଲାଲ ମୋହନ ମହାନ୍ତ, ସଞ୍ଜୟ ବେହେରା ଓ ସନ୍ୟାସୀ ଗିରି ପ୍ରମୁଖ ଯୋଗଦେଇଥିଲେ I ଶେଷରେ ମୁଖ୍ୟ ଅଧିକାରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I


