ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ) :-ବେଲଗୁଣ୍ଠା ବ୍ଳକ୍ ରେ ଫେବ୍ରୁୟାରୀ ମାସ 20 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନ ପାଇଁ ଜାନୁୟାରୀ 17 ତାରିଖ ଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲର ଆଜି ଚତୁର୍ଥ ଦିନରେ ବେଲଗୁଣ୍ଠା ବ୍ଳକ୍ ର 18 ଟି ପଞ୍ଚାୟତରୁ ବିଭିନ୍ନ ପଦବୀ ପାଇଁ 224 ଟି ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି I ସେଥି ମଧ୍ୟରୁ 186 ୱାର୍ଡ୍ ସଭ୍ୟ ଓ 23 ଜଣ ସରପଞ୍ଚ ପାଇଁ ନିଜ ନିଜ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ 15 ଜଣ ସମିତି ସଭ୍ୟ ପାଇଁ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ଠାରେ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ଶଶି ଭୂଷଣ ମହାପାତ୍ରଙ୍କ ନିକଟରେ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ଜଣା ପଡ଼ିଛି I ଆସନ୍ତା କାଲି ନାମାଙ୍କନ ଦାଖଲ ପାଇଁ ଶେଷ ଦିନ ହୋଇଥିବା ବେଳେ ଆସନ୍ତା କାଲି ବହୁ ତୁଙ୍ଗ ନେତା ପ୍ରାର୍ଥୀ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି I ଆଜି ସୁଦ୍ଧା ବେଲଗୁଣ୍ଠା ବ୍ଳକ୍ ରେ 422 ୱାର୍ଡ଼ ସଭ୍ୟ ପାଇଁ ପ୍ରାର୍ଥୀ ପାତ୍ର ଦାଖଲ ହୋଇଥିବା ବେଳେ ସରପଞ୍ଚ ପାଇଁ 45,ସମିତି ସଭ୍ୟ ପାଇଁ 40 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ବେଲଗୁଣ୍ଠା ବ୍ଳକ୍ ର ତିନୋଟି ଜିଲ୍ଳା ପରିଷଦ ଜୋନ୍ ମଧ୍ୟରୁ 47 ନମ୍ବର୍ ଜୋନ୍ ପାଇଁ କଂଗ୍ରେସ୍ ପ୍ରାର୍ଥୀ ବାସନ୍ତୀ ପଣ୍ଡା ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଠାରେ ନିଜର ନାମାଙ୍କନ ପତ୍ର 17 ତାରିଖରେ ଦାଖଲ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ