ପ୍ରାର୍ଥୀପତ୍ର ଦାଖଲ କଲେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ତାଙ୍କ ସ୍ତ୍ରୀ ରଶ୍ମୀ ଏବଂ ଦୁଇ ପୁତ୍ର ଆଦିତ୍ୟ ଓ ତେଜା ଉପସ୍ତିତ ଥିଲେ । ଠାକରେ ପରିବାରର ଦ୍ୱିତୀୟ ବ୍ୟକ୍ତି ଭାବେ ସେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ପୂର୍ବରୁ ତାଙ୍କ ପୁଅ ଆଦିତ୍ୟ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବାବେଳେ ଏବେ ମନ୍ତ୍ରୀ ଅଛନ୍ତି । କଂଗ୍ରେସର ଜଣେ ପ୍ରାର୍ଥୀ ବିଧାନ ପରିଷଦ ନିର୍ବାଚନରୁ ଓହରିଯିବା ପରେ ଏବେ ୯ ଆସନ ପାଇଁ ୯ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଫଳରେ ଉଦ୍ଧବଙ୍କ ସମେତ ୯ ଜଣ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହେବେ ।
ସୂଚନାଯୋଗ୍ୟଯେ, ଉଦ୍ଧବ ଏବେ ବିଧାନସଭା କି ବିଧାନ ପରିଷଦର ସଭ୍ୟ ନାହାନ୍ତି । ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ୬ ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାର ଆବଶ୍ୟକତା ଥିଲା । ପୂର୍ବରୁ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସେ ବିଧାୟକ ହେବାକୁ ଆଶା ବାନ୍ଧିଥିଲେ । ଏନେଇ ମହାରାଷ୍ଟ୍ର ସରକାର ତାଙ୍କ ନାମକୁ ରାଜଭବନ ପଠେଇଥିଲେ । କିନ୍ତୁ ରାଜ୍ୟପାଳ ଏଭଳି ପ୍ରସ୍ତାବକୁ ଗ୍ରହଣ କରିନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ