ପ୍ରାର୍ଥୀପତ୍ର ନାକଚ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଖରିନାସୀ ପଞ୍ଚାୟତରେ ୱାର୍ଡସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ହରିଆବାଙ୍କ ଗ୍ରାମର ୩ନମ୍ବର ୱାର୍ଡର ଅଧିବାସୀ ମଞ୍ଜିତ ମଣ୍ଡଳଙ୍କ ପତ୍ନୀ ଜୁଲି ସରକାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ୱାର୍ଡର ସଭ୍ୟ ପଦ ନିମନ୍ତେ ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ ପ୍ରାର୍ଥୀପତ୍ର ଦାଖଲ କରିଥିବା ହରିଆବାଙ୍କ ଗ୍ରାମର ଅଜିତ ପ୍ରଧାନଙ୍କ ପତ୍ନୀ ମଞ୍ଜୁଲତା ପ୍ରଧାନଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯାଉ । ମଞ୍ଜୁଲତା ପ୍ରାର୍ଥୀପତ୍ର ସହିତ ଦାଖଲ କରିଥିବା ଅନୁସୂଚିତ ଜାତି ପ୍ରମାଣ ପତ୍ରଟି ସଂପୂର୍ଣ୍ଣ ଅସତ୍ୟ ବୋଲି ଜୁଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମଞ୍ଜୁଲତା ପ୍ରଦାନ କରିଥିବା ଜାତିଗତ ପ୍ରମାଣପତ୍ରରେ ତାଙ୍କ ବାପା ଅର୍ଜ୍ଜୁନ ମଲିକ ବୋଲି ଉଲ୍ଲେଖ ଥିବା ବେଳେ ସେହି ପ୍ରମାଣପତ୍ରଟି ଗତ ୨୦୧୫ମସିହାରେ ମହାକାଳପଡା ତହସିଲ କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଥିବା ଏକ ହାତଲେଖା ପ୍ରମାଣପତ୍ର । ଏସମ୍ପର୍କରେ ସେ ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେବି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଜୁଲି ଅଭିଯୋଗ କରିଛନ୍ତି । ତେଣୁ ଏସମ୍ପର୍କରେ ତଦନ୍ତ କରାଯାଇ ମଞ୍ଜୁଲତାଙ୍କ ପ୍ରାର୍ଥୀପତ୍ରକୁ ନାକଚ କରାଯିବାକୁ ଜୁଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗର ନକଲ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଠାଇଥିବା ଜୁଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ