ପ୍ରାର୍ଥୀ ଘୋଷଣା ବିଳମ୍ବିତ ଯୋଗୁଁ ନୂଆ ମୁହଁ କୁ ନେଇ ଚର୍ଚ୍ଚା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ କାକଟପୁର ବିଜେଡି ର ଗଡ ହୋଇଥିଲେ ମଧ୍ୟ ଦଳ ରେ ଗୋଷ୍ଠୀ କନ୍ଦଳ ଯୋଗୁ ସବୁବେଳେ କାକଟପୁର ରେ ଦଳ ନୁଆ ମୁହଁ କୁ ପ୍ରାର୍ଥୀ କରି ଗଡ଼ ରକ୍ଷା କରି ଆସିଛି।କାକଟପୁର ବ୍ଲକର ୧୬ , ଅସ୍ତରଙ୍ଗ ବ୍ଲକ ର ୧୫ ଗୋପ ବ୍ଲକର ୧୪ ପଞ୍ଚାୟତ ଏବଂ କୋଣାର୍କ ବିଜ୍ଞାପିତ ଅଞ୍ଚଳକୁ ନେଇ କାକଟପୁର ନିର୍ବାଚନ ମଣ୍ଡଳୀ ଗଠିତ। ଏହି ଆସନରୁ ୨୦୧୯ ନିର୍ବାଚନ ରେ ବିଜେପି ଛାଡି ବିଜେଡିରେ ମିଶି ବିଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିବା ତୁଷାରକାନ୍ତି ବେହେରା ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ।ଗତ ବିଧାନସଭା ବେଳେ ବିଜେଡି ଟିକେଟ ରୁ ବଞ୍ଚିତ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ନିର୍ବାଚନ ମଣ୍ଡଳୀ ରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ବିଭିନ୍ନ ସଭାସମିତି କାର୍ଯ୍ୟକ୍ରମରେ ମନ୍ତ୍ରୀ ଓ ପୂର୍ବତନ ବିଧାୟକ ଏବଂ ଉଭୟ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ନଜିର ରହିଛି। ୨୦୦୯ ନିର୍ବାଚନରେ ବିଜେଡ଼ିର ନୂଆ ମୁହଁ ହୋଇ ଆସିଥିବା ରବି ମଲ୍ଲିକ ୧୬ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ। ସେହିପରି ୨୦୧୪ ନିର୍ବାଚନ ରେ ବିଜେଡି ଦଳର ନୂଆ ମୁହଁ ଭାବେ ସୁର ସେଠୀ ରାଜନିତୀ କୁ ଆସି ଟିକେଟ ପାଇ ୪୧ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଥିଲେ। ୨୦୧୯ ରେ ତୁଷାରକାନ୍ତି ବେହେରା ବିଜେଡି ଦଳରେ ସାମିଲ ହୋଇ ଟିକେଟ ପାଇବା ପରେ ୪୬ ହଜାରରୁ ଅଧିକ ଭୋଟ ରେ ବି ବିଜୟୀ ହୋଇଥିଲେ।‌ ପଞ୍ଚାୟତ ନିର୍ବାଚନ ଠାରୁ ଏଠାରେ ଦଳ ରେ ତୀବ୍ର ଗୋଷ୍ଠୀ କନ୍ଦଳ ଦେଖାଦେଇ ଉଗ୍ର ରୂପ ଧାରଣ କରିଛି। ଏଥିରୁ ରକ୍ଷା ପାଇବାପାଇଁ ଦଳ ପୁନଶ୍ଚ ନୂଆ ମୁହଁ ଦେଇ ବିଜୟ ଧାରା ବଜାଇ ରଖିବାପାଇଁ ପ୍ରାର୍ଥୀ ଘୋଷଣା ବିଳମ୍ବିତ କରୁଛି ବୋଲି ସମଗ୍ର କାକଟପୁର ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ଜୋର୍ ଧରିଛି। ଉଭୟ ବିଜେଡ଼ି ଓ ବିଜେପି କାହାକୁ ପ୍ରାର୍ଥୀ କରିବେ ତାକୁ ଭୋଟର ମାନେ ଚାତକ ପରି ଚାହିଁ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ