ପ୍ରାଶାସନିକ ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇ ନୂତନ ବର୍ଷ ପାଳନ କଲା ପ୍ରେସ କ୍ଲବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନୂତନ ବର୍ଷକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ବେଲଗୁଣ୍ଠା ପ୍ରେସକ୍ଲବର ସଦସ୍ୟ ମାନେ ଓଡ଼ିଶା ବିଧାନ ସଭାର ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ରାଜନେତା,ପ୍ରଶାସନିକ ଅଧିକାରୀ ଏବଂ ପୋଲିସ୍ ଅଧିକାରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି I ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରେସକ୍ଳବର ସମସ୍ତ ସଦସ୍ୟ ଓଡ଼ିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ,ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ,ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥି,ତହସିଲଦାର ମନୋଜ ପ୍ରଭାକର କୁଜୁର୍,ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ ,ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଓ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠିଙ୍କୁ ସାକ୍ଷାତ କରି ଫୁଲତୋଡ଼ା ପ୍ରଦାନ କରି ସେମାନଙ୍କ ପରିବାର ସଦସ୍ୟଙ୍କ ମଙ୍ଗଳ କାମନା କରି ନୂତନ ବର୍ଷର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ I ଏହି ଅବସରରେ ପ୍ରଶାସନିକ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା I ଏହି ଆଲୋଚନାରେ ପ୍ରଶାସନିକ ଅଧିକାରୀ ମାନେ ସରକାରଙ୍କ ଠାରୁ ପାଇଥିବା ପଦବୀର ପଦ ମର୍ଯ୍ୟାଦା ରକ୍ଷା କରି ଲୋକଙ୍କୁ ସେବା ଯୋଗାଇଦେବା ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଏଥିରେ ପୂର୍ଣ୍ଣ ସହଯୋଗ କରିବା ଦିଗରେ ଆଲୋଚନା କରାଯାଇଥିଲା I


