ପ୍ରାୟଶ୍ଚିତ ସପ୍ତାହ ଅନଶନ ଦ୍ୱିତୀୟ ଦିନରେ ସାମିଲ ହେଲେ ସାମାଜିକ କର୍ମୀ ଓ ଗାନ୍ଧିବାଦୀ ନେତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନବୀନଙ୍କ ଅପାରଗ ଓ ଭ୍ରଷ୍ଟାଚାର ସରକାରର ଅନ୍ତ ଘଟାଇବା ପାଇଁ ବିଶେଷକରି ନବୀନଙ୍କ କୁଶାସନ ଆମେ କାହିଁକି ସହିଲୁ ଏଥିନେଇ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ରୁ ୧୫ କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମ୍‌ଜିରେ ଚାଲିଥିବା ଅନଶନ ଦ୍ୱିତୀୟ ଦିନରେ ପହଞ୍ôଚଛି । ଆଜି ଅନଶନସ୍ଥଳରେ ବିଶିଷ୍ଟ ଜନବାଦୀ ଅଧିବକ୍ତା କ୍ଷୀରୋଦ ରାଉତ, ସୂଚନାଧିକାର ଆନ୍ଦୋଳନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଡ. ବିଶ୍ୱଜିତ, ସର୍ବୋଦୟ ମଣ୍ଡଳ ସଭାପତି ମିହିର ଦାସ, ଦୁର୍ଗାପ୍ରସାଦ ଦାସ, ନାଟ୍ୟକାର ଅରୁଣ ନାୟକ, କୃଷକ ନେତା ଅର୍ଜୁନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଅନଶନରେ ବସିଥିବା ଶ୍ରୀ କୁମାର ଅନଶନସ୍ଥଳରେ ସାମିଲ୍ ଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଓଡ଼ିଶାରେ ଶାସନ ପରିବର୍ତ୍ତନର ମଙ୍ଗ ଛାତ୍ର, ଯୁବକ, କୃଷକ ସମସ୍ତଙ୍କୁ ଧରିବାକୁ ପଡ଼ିବ । ଓଡ଼ିଶାର ବିକାଶ ସମ୍ଭାବନାକୁ ନଷ୍ଟ କରିଦେବା ପାଇଁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଲୋକ ଗାଦିରେ ବସାଇ ନାହାଁନ୍ତି । ପ୍ରାୟଶ୍ଚିତ ସପ୍ତାହ ପରେ ତମାମ ଓଡ଼ିଶାରେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ପାଇଁ ବ୍ୟାପକ ଜାଗରଣ ଆରମ୍ଭ ହେବ ।ଅନଶନସ୍ଥଳରେ ଆନ୍ଦୋଳନକାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଦୀପ ପ୍ରଧାନ କହିଥିଲେ ଯେ, ନବୀନ ସରକାର ମିଛ ପ୍ରଚାରର ଆଧାରରେ ଠିଆ ହୋଇଛି । ତୃଣମୂଳସ୍ତରରେ ଏହି ମିଛ ପ୍ରଚାରର ପଟଳ ଭାଙ୍ଗିଲେ ସରକାର ପରାଜୟ ହେବ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜନ ଆନ୍ଦୋଳନକର୍ମୀମାନେ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ ଲୋକ ସମୂହରେ ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରଚାର କଲେ ଅତ୍ୟାଚାରୀ ସରକାରର ପତନ ଘଟିବ । ଗାନ୍ଧିବାଦୀ ସଂଗଠକ, ସର୍ବୋଦୟ ନେତା ସମସ୍ତେ ଉଦ୍‌ବୋଧନ ଦେଇ ସ୍ୱାଧୀନତା ପରେ ସମତା ବଦଳରେ ବିଷମତା, ଶୋଷଣରୁ ମୁକ୍ତି ବଦଳରେ ଶୋଷଣ, କଷଣ, ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧିି ସ୍ୱାଧୀନତା ସଂଗ୍ରାମୀଙ୍କର ସ୍ୱପ୍ନକୁ ଧୂଳିିସାତ କରିଛି । ଏହା ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନକୁ ତ୍ୱରାନ୍ୱିତ କରାଯିବାର ଆବଶ୍ୟକତା ରହିଛି । ଦ୍ୱିତୀୟଦିନର ଅନଶନସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ଡ. କୁଳମଣି, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ବିଚିତ୍ର ପଣ୍ଡା, ସୁରେନ୍ଦ୍ରନାଥ ମହାରଣା, ଅଶ୍ୱିନୀ ଜେନା, ଦୁର୍ଗାପ୍ରସାଦ ଦାସ, ଅଜୟ ସାମନ୍ତରାୟ, ମୀନା କୁମାରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ