ପ୍ରାୟ ୩୬ଲକ୍ଷ ପ୍ରବାସୀଙ୍କ ପାଇଁ ଅଧିକ ୨୬ସହ ଶ୍ରମିକ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ : ଦେଶ ଏବେ କୋଭିଡ-୧୯ ମହାମାରୀ ସହ ସଂଘର୍ଷ କରୁଥିବା ବେଳେ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢାଇଛି ରେଳ ମନ୍ତ୍ରଣାଳୟ । ପ୍ରବାସୀମାନଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ରେଳ ମନ୍ତ୍ରଣାଳୟ ଆଗାମୀ ୧୦ ଦିନ ମଧ୍ୟରେ ରାଜ୍ୟ ସରକାରମାନଙ୍କ ଆବଶ୍ୟକତା ଅନୁସାରେ ଆଉ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ଏହାଫଳରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରାୟ ୩୬୦୦ ପ୍ରବାସୀ ଉପକୃତ ହେବେ । ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ତୀର୍ଥଯାତ୍ରୀ, ପଜ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ନିଷ୍ପତ୍ତି ନେଇ ରେଳ ମନ୍ତ୍ରଣାଳୟ ମେ’ ପହିଲାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରିଥିଲା । ଦୁଇ ରାଜ୍ୟ ସରକାରଙ୍କ ସହମତି ଭିତ୍ତିରେ ରାଜ୍ୟର ଏକ ସ୍ଥାନରୁ ଅନ୍ୟ ରାଜ୍ୟର ନିର୍ଦ୍ଦିଷ୍ଟ ସ୍ଥାନକୁ ପ୍ରବାସୀମାନକୁ ନେଇ ଏହି ଟ୍ରେନ ଯାତ୍ରା କରିଆସୁଛି । ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକର ଚଳାଚଳ ସୁବିଧା ପାଇଁ ରେଳବାଇ ଓ ରାଜ୍ୟ ସରକାରମାନେ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଗତ ୨୩ ଦିନ ମଧ୍ୟରେ ଭାରତୀୟ ରେଳବାଇ ୨୬୦୦ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଛି । ଏପର୍ଯ୍ୟନ୍ତ ପ୍ରାୟ ୩୬ ଲକ୍ଷ ପ୍ରବାସୀ ସେମାନଙ୍କ ନିଜ ରାଜ୍ୟକୁ ଫେରିଯାଇଛନ୍ତି । ଶ୍ରମିକ ସ୍ପେଶାଲ ବ୍ୟତୀତ ରେଳ ମନ୍ତ୍ରଣାଳୟ ଗତ ୧୨ ତାରିଖରୁ ୧୫ ଯୋଡା ସ୍ଵତନ୍ତ୍ର ଟ୍ରେନ ଆରମ୍ଭ କରିଥିବା ବେଳେ ଆସନ୍ତା ଜୁନ ମାସ ପହିଲାରୁ ୨୦୦ ଟ୍ରେନ ସେବା ଚାଲୁ କରିବାକୁ ଘୋଷଣା କରିଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ