ପ୍ରାୟ ୪୦୦ବର୍ଷ ତଳର ପାରମ୍ପରିକ ଗାଲେରୀ ଦଣ୍ଡ ଯାତ୍ରା ସ୍ଥଗିତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ପ୍ରାୟ ୪୦୦ବର୍ଷ ତଳର ପାରମ୍ପରିକ ଗାଲେରୀ ଗ୍ରାମର ପ୍ରସିଦ୍ଧ ଐତିହାସିକ ଦଣ୍ଡ ଯାତ୍ରା ଚଳିତ ବର୍ଷ କରୋନା ଯୋଗୁଁ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଯାତ୍ରା କମିଟି ତରଫରୁ ଦଣ୍ଡଯାତ୍ରା ବନ୍ଦକରିବା ପାଇଁ ନିଷ୍ପତ୍ତି ହୋଇଛି।ଯାହାଫଳରେ ବହୁ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି।ଗାଲେରୀ ପାଟଣା ସାହିରେ ଥିବା ପ୍ରସିଦ୍ଧ ଦଣ୍ଡକାଳୀ ମନ୍ଦିରରେ ବର୍ଷ ତମାମ ବହୁ ଭକ୍ତଙ୍କ ଭିଡ଼ ଜମିଥାଏ।ସେଥିମଧ୍ୟରେ ବହୁ ଭକ୍ତ ଦଣ୍ଡ ଯାତ୍ରା ପାଇଁ ମାନସିକ ରଖିଥାନ୍ତି।କେଉଁ ବର୍ଷ କାହାକୁ ମାଆ କାଳୀଙ୍କ ପୂଜାର୍ଚ୍ଚନା ପାଇଁ ସୁଯୋଗ ମିଳିବ ତାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉତ୍କଣ୍ଠା ଲାଗିରହିଥାଏ।ଗାଲେରୀ ଦଣ୍ଡକାଳୀ ପ୍ରତ୍ୟେକ୍ଷ ଦେବୀ ଭାବେ ଚାରିଆଡେ ବେଶ ପରିଚିତ ଥିବାରୁ ବହୁ ଦୂରଦୂରାନ୍ତରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟୁ ଥିବାବେଳେ ଦଣ୍ଡଯାତ୍ରା ସମୟରେ ପ୍ରାୟ ୮ଶହ ରୁ ଏକହଜାର ଦଣ୍ଡୁଆ ଉପସ୍ଥିତ ହୋଇଥାନ୍ତି।ତେଣୁ ସମସ୍ତେ ବର୍ଷର ଏହି ଦଣ୍ଡଯାତ୍ରା କୁ ଚାହିଁ ରହିଥାନ୍ତି।ହେଲେ ଲକ ଡାଉନ କାରଣରୁ ତାରସିଂ ପୋଲିସ ଯାତ୍ରା କମିଟି ସହ ଆଲୋଚନା କରି ଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଜଣେମାତ୍ର ପୂଜକ ଏହି ଯାତ୍ରା ସମୟରେ ଦଣ୍ଡକାଳୀ ଓ ଶିବଙ୍କର ପୂଜା ରୀତିନୀତି ଅନୁଯାୟୀ ସମାପନ କରିବେ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ