ପ୍ରିତମ ପ୍ରଧାନ ରାଇକିଆ ବ୍ଲକ୍ ଅଧ୍ୟକ୍ଷ ଭାବେ ନିର୍ବାଚିତ
ରାଇକିଆ, (ପ୍ରଦୀପ କୁମାର ବେହେରା):କନ୍ଧମାଳ ଜିଲା ରାଇକିଆ ବ୍ଲକ୍ ଅଧ୍ୟକ୍ଷ ଭାବେ ପ୍ରିତମ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଭୋଟ ରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରଦିପ ପ୍ରଧାନ ଙ୍କ ସହ ୬-୬ ରେ ସମାନ ସ୍ଥିତି ରହିବାରୁ ଧର୍ମଗୁଳl ର ସହାୟତା ନିଆ ଯାଇଥିଲା । ଏଥିରେ ପ୍ରିତମ ପ୍ରଧାନ ନିର୍ବାଚିତ ହୋଇଛନ୍ତି । ପ୍ରିତମ ୨୦୦୨ ରୁ ୨୦୦୭ ପର୍ଯ୍ୟନ୍ତ ରାଇକିଆ ସରପଞ୍ଚ ଭାବେ କାର୍ଯ୍ୟ କରିସାରିଛନ୍ତି । ଏଥି ସହ ବିଜେଡି ପୁଣି ଥରେ ବ୍ଲକ୍ ଅଧ୍ୟକ୍ଷ ପଦବୀ କୁ ନିଜ ଅକ୍ତିଆର ରେ ରଖିବାରେ ସକ୍ଷମ ହୋଇଛି ।