ପ୍ରିନ୍ସିପାଲଙ୍କ ଭୁଲ ପାଇଁ ୮୦ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧାରରେ

ଉଦଳା, (ରାଜୀବ ବେହେରା): ସ୍କୁଲ କତୃପକ୍ଷ ଙ୍କ ଅବହେଳା ପାଇଁ ମେଧାବୀ ଛାତ୍ର ଭବିଷ୍ୟତ ଅନ୍ଧାର ରେ l ଛାତ୍ର ଛାତ୍ରୀ ମାନେ ୨ ବର୍ଷଧରି କୋର ବିଷୟ ରେ ପଢି ଆସୁଥିବା ବେଳେ ବିଷୟ ବଦଳି ଯିବା ଘଟଣା ସମସ୍ତଙ୍କ ମନରେ କୁଠାର ଘାତ କରିଛି l ରାଜ୍ୟ ରେ +2 ପରୀକ୍ଷା ଚାଲି ଥିବା ବେଳେ, ଖୁଣ୍ଟା ଗୋପବନ୍ଧୁ ନଗର ଅଧୀନ ଟିଟିଆ ଆଦର୍ଶ ବିଦ୍ୟାଳୟରେ ବଡ଼ସାହି ଓଏଭିର +2 ଆଇକୋନିକ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଇଂରାଜୀ ପରୀକ୍ଷା ଦେଉ ଥିବା ବେଳେ ପରୀକ୍ଷା ପ୍ରଶ୍ନ ପତ୍ର କୁ ନେଇ ଦେଖାଦେଇଛି ଅଶାନ୍ତି, କାରଣ ସମସ୍ତ ଶିକ୍ଷାର୍ଥୀ ଫେଲ ହୋଇ ଯିବା ଆଶଙ୍କା ରେ ଦୁଃଖରେ କାନ୍ଦିବାକୁ ଲାଗିଛନ୍ତି l ଦୀର୍ଘ ସମୟ ଧରି ପରୀକ୍ଷା ସେଣ୍ଟର ବାହାରେ ଶିକ୍ଷାର୍ଥୀ ଏବଂ ଅଭିଭାବକଙ୍କ ଭିତରେ ଆଡ଼ମିସନ ସମୟ ରେ ପ୍ରିନସିପାଲ କରିଥିବା ଭୁଲ ପାଇଁ ପିଲା ମାନଙ୍କ ଭବିଷ୍ୟତ ଅନ୍ଧାର ହୋଇଛି l ସୂଚନା ଅନୁସାରେ ଆଜି ଇଂରାଜୀ ବିଷୟ ର ପରୀକ୍ଷା ଥିଲା ତେବେ ଶିକ୍ଷାର୍ଥୀ ମାନେ କୋର ବିଷୟ ପଢି ଆସିଥିଲେ, ହେଲେ ପରୀକ୍ଷା ହଲରେ ବସିବା ପରେ କୋର ବଦଳରେ ଇଲେକଟିଭି ବିଷୟର ପ୍ରଶ୍ନ ପତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ସେମାନେ କୋର ବିଷୟ ନେଇ ଛନ୍ତି ତେଣୁ କୋର ବିଷୟ ପଢି ଆସିଥିଲେ, ହେଲେ ପରୀକ୍ଷା ହଲରେ ଇଲେକଟିଭି ପ୍ରଶ୍ନ ପତ୍ର ଦେଖି ବିଦ୍ୟାର୍ଥୀଙ୍କ ଭିତରେ ଭାଳେଣି ପଡିଗଲା, କାରଣ ସେ ବିଷୟ ସେମାନେ ଜାଣି ନାହାନ୍ତି, ତେବେ ଏଥିପାଇଁ ପ୍ରିନସିପାଲ ଙ୍କୁ ପଚାରିବାରୁ ଜଣା ପଡିଲା ଶିକ୍ଷା ଆରମ୍ଭ ସମୟ ରେ ଫର୍ମ ଫିଲପ ବେଳେ କୋର ବିଷୟ ବଦଳରେ ଇଲେକଟିଭ ବିଷୟ ପ୍ରିନସିପାଲ ଭୁଲ କରି ଛନ୍ତି, ଯାହା ଏବେ ବଡ ସମସ୍ୟା ଦେଖା ଦେଇଛି, କିଏ ସେମାନଙ୍କ ଦୁଃଖ ବୁଝିବ l ଶିକ୍ଷାର୍ଥୀ ଏବଂ ଅଭିଭାବକ ଙ୍କ ମହଲରେ ଅଶାନ୍ତି ଦେଖା ଦେଇଛି l ପ୍ରିନସିପାଲଙ୍କ ଭୁଲ ପାଇଁ ଆଜି ୮୦ ଶିକ୍ଷାର୍ଥୀ ମାନଙ୍କ ଭବିଷ୍ୟତ ଅନ୍ଧାରରେ l ତେବେ ଫର୍ମ ଫିଲଫ ସମୟରେ ପ୍ରିନସିପାଲ ପିଲାଙ୍କ ଫର୍ମରେ ଭୁଲ ରେ କୋର ବିଷୟ ବଦଳରେ ଇଲେକଟିଭ ବିଷୟ କରି ଦେଇଥିଲେ, l ତେବେ ଯେଉଁଥିପାଇଁ ଆଜି ପିଲାଙ୍କର ଇଂରାଜୀ ଥିବା ବେଳେ ଶିକ୍ଷାର୍ଥୀ ମାନେ କୋର ବିଷୟ ପଢି ପ୍ରସ୍ତୁତ ହୋଇ ଆସିଥିବା ବେଳେ, ପରୀକ୍ଷା ହଲ ରେ ପ୍ରଶ୍ନ ପତ୍ର ପାଇବା ପରେ କୋର ବିଷୟ ବଦଳରେ ଇଲେକ୍ଟିଭ ବିଷୟର ପ୍ରଶ୍ନ ପତ୍ର ଦେଖି ପ୍ରତିବାଦ କରିଛନ୍ତି l ତେବେ ପିଲାଙ୍କ ଭବିଷ୍ୟତ କୁ ଆଖିଆଗରେ ରଖି ଶିକ୍ଷାର୍ଥୀଙ୍କ ଇରାଜୀ ପରୀକ୍ଷା ରେ ସୁଧାର କରିବା ସହିତ ଏତେ ବଡ ଭୁଲ କରିଥିବା ବଡ଼ସାହି ଓଏଭି ଆଇକୋନିକର ପ୍ରିନସିପାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଭାବକ ମହଳରେ ଦୃଢ଼ ଦାବୀ ରଖିଛନ୍ତି l ତେବେ ଆଗକୁ ଦେଖିବାକୁ ବାକି ଅଛି ପ୍ରଶାସନିକ ଅଧିକାରୀ ଏବଂ ସରକାର ଏହି ଘଟଣାକୁ କେଉଁ ପ୍ରକାର ସମାଧାନ କରୁଛନ୍ତି l ତେବେ ସୂଚନା ଅନୁସାରେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଭିଭାବକ ଏବଂ ଛାତ୍ର ଛାତ୍ରୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ