ପ୍ରିୟଙ୍କାଙ୍କୁ ସାମ୍ମାନିତ କରିବ ୟୁନିସେଫ୍
ନ୍ୟୁୟର୍କ (ଏଜେନ୍ସି): ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ୟୁନିସେଫ୍ ହ୍ୟୁମାନିଟେରିୟାନ ଆୱାର୍ଡରେ ସମ୍ମାନିତ କରିବ । ଆସନ୍ତା ଡିସେମ୍ବର ମାସରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ପ୍ରିୟଙ୍କାଙ୍କୁ ମିଳିବ ଏହି ସମ୍ମାନ । ୟୁନିସେଫ୍ ପକ୍ଷରୁ ଡିସେମ୍ବରରେ ସ୍ନିପ୍ଲେକ୍ ବାଲ୍ ସମାରୋହର ଆୟୋଜନ କରାଯାଉଛି । ଶିଶୁମାନଙ୍କ ଅଧିକାରକୁ ନେଇ ୟୁନିସେଫ୍ ଗୁଡ୍ୱିଲ୍ ଆମ୍ବାସଡର ପ୍ରିୟଙ୍କା ଅନେକ କାର୍ଯ୍ୟ କରିଛନ୍ତି । ତେଣୁ ତାଙ୍କୁ ଏହି ସମ୍ମାନ ମିଳିବ । ଏନେଇ ପ୍ରିୟଙ୍କା ନିଜ ଟ୍ୱିଟର ହ୍ୟାଣ୍ଡଲରେ ଲେଖିଛନ୍ତି ଯେ, ‘ମୁଁ ବହୁତ ଗର୍ବିତ । ୟୁନିସେଫ୍ ମତେ ହ୍ୟୁମାନିଟେରିଆନ୍ ଆୱାର୍ଡ ଦେବାକୁ ଯାଉଥିବାରୁ ଏହି ବିଶ୍ୱସଂସ୍ଥାକୁ ଧନ୍ୟବାଦ । ଏହି ସମାରୋହ ଡିସେମ୍ବର ୩ରେ ଆୟୋଜନ କରାଯିବ । ପ୍ରିୟଙ୍କା କହିଛନ୍ତି ଯେ ୟୁନିସେଫ୍ ପାଇଁ କାମ କରି ସେ ନିଜକୁ ଧନ୍ୟମନେ କରୁଛନ୍ତି । ଦୁନିଆର ସବୁ ଶିଶୁଙ୍କ ପାଇଁ କାମ କରିବାର ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଗର୍ବିତ ।