ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍ । ତାଙ୍କର ଜଣେ ଅଙ୍କଲ୍ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଉଥିଲେ । ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍ ଦେଖୁଥିଲେ । ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି ବଢିଥିଲା । ମ୍ୟାଚ୍ ଚାଲିଥିବାବେଳେ ସିଟ୍ରୁ ଉଠିରେ ଭାରତୀୟ ଖେଳାଳି ଛକା ମାରୁଥିବାରୁ ମୁଁ ପ୍ରାୟତଃ ଛିଡା ହୋଇ ମ୍ୟାଚ୍ ଦେଖିଥାଏ ବୋଲି ପ୍ରିୟଙ୍କା କହିଛନ୍ତି । ଏବେକାର ଭାରତୀୟ ଦଳରେ ଯେଉଁ ଖେଳାଳି ଖେଳୁଛନ୍ତି, ସେମାନଙ୍କ ମଧ୍ୟରେ ତାଙ୍କ ପସନ୍ଦର ଖେଳାଳି କିଏ ବୋଲି ପଚରାଯିବାରୁ ସେ କହିଥିଲେ, ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଖେଳ ଦେଖିବାକୁ ତାଙ୍କୁ ପସନ୍ଦ ଆସିଥାଏ । ବ୍ୟକ୍ତିଗତ ଭାବରେ ମଧ୍ୟ ଏହି ଦୁଇ ଖେଳାଳି ବେଶ୍ ଭଲ ବୋଲି ସେ କହିଛନ୍ତି । ଆମ ପରିବାର କ୍ରିକେଟ ଦେଖିବାକୁ ପସନ୍ଦ କରୁଥିବା ମୋ ବାହାଘରରେ ଏକ କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା । ଯେଉଁଥିରେ ନିକ୍ ଏବଂ ଆମ ପରିବାର ମଧ୍ୟରେ ମ୍ୟାଚ୍ ଖେଲାଯାଇଥିଲା ବୋଲି ପ୍ରିୟଙ୍କା କହିଛନ୍ତି ।


