ପ୍ରିୟଙ୍କା ସେନାପତି ତଦନ୍ତରେ ପୂରା ସହଯୋଗ କରୁଛନ୍ତି :ପୁରୀ ଏସ୍ପି
ଭୁବନେଶ୍ୱର,(ସମୀର ରଞ୍ଜନ ନାୟକ) : ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ଲିଙ୍କ୍ ପ୍ରସଙ୍ଗ। ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି ବୋଲି କହିଲେ ପୁରୀ ଏସ୍ପି। ଏସପି କହିଛନ୍ତି, ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ, ତଦନ୍ତ ଚାଲିଛି। ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେସନ ଅଛି। ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି।ସୂଚନା ଥାଉକି ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହରିଆଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। ଏବେ ଜ୍ୟେତିଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ସଂପର୍କ ଥିବା ଓ ଉଭୟ ପାକସ୍ତାନ କରତାରପୁର ଯାଇଥିବାରୁ ଉଭୟଙ୍କ ବାବଦରେ ପୁରୀ ଓ ହରିଆଣା ପୋଲିସ ଠାରୁ ତଥ୍ୟ ସଂଗ୍ରହ କରିଛି ଏନଆଇଏ। ଏନଆଏ ଟିମ୍ ଖୁବ ଶୀଘ୍ର ପ୍ରିୟଙ୍କାଙ୍କୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ଆବଶ୍ୟକ ପଡ଼ିଲେ ତାଙ୍କୁ ହେପାଜତକୁ ମଧ୍ୟ ନେଇପାରେ ଏନଆଇଏ।ପୁରୀ ଏସପିଙ୍କ ସୂଚନା ଅନୁଯାୟୀ,ତଦନ୍ତରେ ପ୍ରିୟଙ୍କା ଓ ତାଙ୍କ ପରିବାର ସହଯୋଗ କରୁଛନ୍ତି।ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍ଆଇଏ, ରାଜ୍ୟ ଗୁଇନ୍ଦା ବିଭାଗ ଓ ହରିୟାଣା ହିସାର ପୁଲିସକୁ ସବୁ ପ୍ରକାର ସହଯୋଗ କରୁଛି ଜିଲ୍ଲା ପୁଲିସ ପ୍ରଶାସନ ।ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ, କଣ କଣ ପୋଷ୍ଟ କରିଥିଲେ, କଣ କଣ ଡିଲିଟ୍ କରିଛନ୍ତି ,ତାଙ୍କର କଲ୍ ଡିଟେଲ ରେକର୍ଡ,ବ୍ୟାଙ୍କ୍ ଆକାଉଣ୍ଟ ସବୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ପ୍ରିୟଙ୍କା ପୁରୀରେ ଅଛନ୍ତି। ପ୍ରିୟଙ୍କା ଓ ଜ୍ୟୋତି ପୁରୀର କେଉଁ କେଉଁ ସ୍ଥାନରେ କେଉଁଆଡ଼େ ଯାଇଥିଲେ ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଛି।