ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ମହାମାରୀ କରୋନାରେ ପ୍ରାଣ ହରାଇଥିବା ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତିରେ ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ସୋମବାର ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ଟୁର୍ଣ୍ଣାମେଂଟର ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ଶିବରାମ ଗଉଡ଼, ଅଜୟ କୁମାର ମହାରଣା, ବିକାଶ ମଂଚ ସଭାପତି ପ୍ରମୋଦ କୁମାର ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଦେବାନନ୍ଦ ମହାପାତ୍ର, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଯୁଧିଷ୍ଟିର ସ୍ୱାଇଁ ପ୍ରମୁଖ ମଂଚାସିନ ଥିଲେ । ଉଦଘାଟନି ମ୍ୟାଚ ଋଷିକୂଲ୍ୟା କ୍ରିକଟେ କ୍ଳକ, ସୋରଡ଼ା ଓ ରାଜବଂଶ କ୍ରିକେଟ କ୍ଳବ, ଶେରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ସୋରଡ଼ା ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୨୦ ଓଭରରେ ୧୯୩ ରନ୍ ସଂଗ୍ରହ କରିଥିଲେ । ଜବାବରେ ଶେରଗଡ଼ ଦଳ ୧୯ଓଭରରେ ୬ ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ ରାଜବଂଶ କ୍ରିକେଟ କ୍ଳବ, ଶେରଗଡ଼ ୪ ୱିକେଟରେ ବିଜୟ ଲାଭ କରିଥିଲା । ଶେରଗଡ଼ ଦଳ ପକ୍ଷରୁ ଅଶୋକ ସର୍ବାଧିକ ୭୫ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରାଯାଇଥିଲା । ପ୍ରଶାନ୍ତ ପାଢି ଓ ବିଷ୍ଣୁ ପଣ୍ଡା ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ସତିଶ କୁମାର ପାଢି । ପ୍ରଶାନ୍ତ ପ୍ରଧାନ ଧାରା ବିବରଣୀ ପ୍ରଦାନ କରିଥିଲେ । ସଚିନ ସେଠି, ନିଳାମ୍ବର ସାହୁ, ପ୍ରଭାତ, ତପନ, ଅମୁଲ୍ୟ, ଜଗନ, ଟିକୁ. ଉମା ମ୍ୟାଚ ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମ୍‌ର ସଦସ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ