ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟ : ମୁଣ୍ଡମରାଇ ଦଳକୁ ୨୪ରନରେ ହରାଇ ଚେରମାରିଆ ଦଳ ଫାଇନାଲରେ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ଦ୍ୱିତୀୟ ଫାଇନାଲ ମ୍ୟାଚ ଶନିବାର ଡ଼ିଲିସିଅସ କ୍ରିକେଟ କ୍ଳବ, ଚେରମାରିଆ ସହ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଚେରମାରିଆ ଦଳ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରୁ ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଶୁଭ ୭ଟି ଚୌକା ଓ ଗୋଟିଏ ବିଶାଳ ଛକା ସହାୟତାରେ ୪୮ ରନ୍ ଏବଂ ଶ୍ରୀକାନ୍ତ ୨ଟି ଚୌକା ଓ ୩ଟି ବିଶାଳ ଛକା ସହାୟତାରେ ୪୩ ରନ ସଂଗ୍ରହ କରିଥିଲେ । ଜବାବରେ ଗ୍ୟାଲେକ୍ସି ଏକାଦଶ କ୍ରିକେଟ କ୍ଳବ, ମୁଣ୍ଡମରାଇ ୧୯ ଓଭରରେ ସମସ୍ତ ୱିକେଟ ହରାଇ ୧୨୨ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଡ଼ିଲିସିଅସ କ୍ରିକେଟ କ୍ଳବ ଚେରମାରିଆ ୨୪ ରନରେ ବିଜୟ ଲାଭ କରିଥିଲା । ମୁଣ୍ଡମରାଇ ଦଳ ପକ୍ଷରୁ ଚକ୍ରଧର ୨ଟି ଚୌକା ଓ ୧ଟି ଛକା ସହାୟତାରେ ୨୬ରନ ସଂଗ୍ରହ କରିଥିବା ବେଳେ ସୂର୍ଯ୍ୟ ୨୫ ରନ ସଂଗ୍ରହ କରିଥିଲେ । ଚେରମାରିଆ ଦଳର ଶ୍ରୀକାନ୍ତଙ୍କ ୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଅତିଥି ଭାବେ ସ୍ଥାନୀୟ ପୌରାଂଚଳ ଯୁବ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଞ୍ଜୟ କୁମାର ପଣ୍ଡା ଯୋଗଦେଇ ଶ୍ରୀକାନ୍ତଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ପ୍ରଶାନ୍ତ ପ୍ରଧାନ ଓ ଅମୁଲ୍ୟ ପଣ୍ଡା ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ଆଦିତ୍ୟ ସାହୁ । ସଚିନ କୁମାର ସେଠି ଧାରା ବିବରଣୀ ପ୍ରଦାନ କରିଥିଲେ । ବିପ୍ର ଚରଣ ଶବର, ବିଷ୍ଣୁ ପଣ୍ଡା, ପ୍ରମୋଦ ସାହୁ, ଟିକୁ ମହାରଣା, ରାକେଶ ପୃଷ୍ଟି, ବୁଢା ପାଢି ପ୍ରମୁଖ ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମର ସଦସ୍ୟ ସହଯୋଗ କରିଥିଲେ । ଫାଇନାଲ ମ୍ୟାଚ୍ ପାୱାର କ୍ରିକେଟ କ୍ଳବ( ଆସିକା) ଓ ଡ଼ିଲିସିଅସ କ୍ରିକେଟ କ୍ଳବ (ଚେରମାରିଆ)ମଧ୍ୟରେ ଅନୁଷ୍ଠିତ ହେବ ।


