ପ୍ରୁ୍ତ୍ତ ବିଭାଗର ଚେତା ପସୁନି, ହାଟଡିହି-ସମଣା ରାସ୍ତାରେ ଯାତାୟତ ବନ୍ଦ ହେଲା

ହାଟଡ଼ିହି : ଲଘୁଚାପ ଜନିତ ଲଗାଣବର୍ଷା ଲାଗି ରହିବାଦ୍ୱାରା ହାଟଡିହି-ସମଣା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇପଡିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରୁଥିଲେବି ପୁର୍ତ୍ତ ବିଭଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଖବରରୁ ଜଣାଯାଇଛି ଯେ ଏବେ ହାଟଡିହି-ସମଣା ରାସ୍ତାର ଉନ୍ନତି କରଣ କାର୍ଯ୍ୟ ଚାଲୁ ରହିଛି । ରମ୍ପାସ ଠାରୁ ଟୁକୁଣା ପର୍ଯ୍ୟନ୍ତ ରାସ୍ତାକାମ ଏକପ୍ରକାର ସରିବାକୁ ବସିଥିବାବେଳେ ଟୁକୁଣା ଠାରୁ ବରାଙ୍ଗ କାମ ଚାଲୁଅଛି । କିନ୍ତୁ ଟୁକୁଣାରୁ ଶଙ୍ଖୋ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ନିଜ ଆଖିରେ ନଦେଖିଲେ ବିଶ୍ୱାଷ କରିହେବ ନାହିଁ । ସଡଙ୍ଗା ଛକ ନିକଟରେ ଆଣ୍ଠୁଏ ଗଭୀରର ଖାଲଖମା ସୃଷ୍ଟି ହୋଇ ପାଣିଜମିବା ଦ୍ୱାରା ରାସ୍ତାଟି ବିଲ ସଦୃଶ ଦେଖା ଯାଉଛି । ଚାଲିକରି ଯିବା ମଧ୍ୟ ସମ୍ଭବପର ହେଉନି । ଏପରି ପରିସ୍ଥିତିରେ ଭାରିଯାନ ଚଳାଚଳ କରିବାଦ୍ୱାରା ଖାଲଖମା ଗୁଡିକ ବଢ଼ିବଢ଼ି ଚାଲିଛି । ରାସ୍ତାର ପରିସ୍ଥିତି ଏପରି ହୋଇଛି ଯେ ଦୁଇଦିନ ହେଲା ବାଇକ, ଓ ଚାରିଚକିଆ ଗାଡି ଯିବା ଆସିବା ବନ୍ଦ ହୋଇଯାଇଛି । ଲୋକମାନେ ଦୀର୍ଘ ୧୦/୧୨କିଲୋମିଟର ବାଟ ବୁଲି ବୁଲି ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ଏହି ଅଞ୍ଚଳକୁ ଦୁଇଗୋଟି ବସ ଯାତାୟତ କରୁଥିବାବେଳେ ତାହା ମଧ୍ୟ ରାସ୍ତାର ଏପରି ଅବସ୍ଥା ପାଇଁ ଗତିପଥ ବଦାଇ ଦେଇଦେଇଛନ୍ତି । ଫଳରେ ଶଙ୍ଖୋ, ସିମିଳିଆ, ଜଳହରି, ସଡଙ୍ଗା, ତେମଳା, ସରମଙ୍ଗା, ବରାଙ୍ଗ, ବାହାରିପୁର, ଚାପୁଣ୍ଡିଆ, କଦମଡିହି, ସମଣା, ଗିରିଗାଁ, ଅଢ଼େଇଦ୍ୱାର, ମତାବାଜ ପ୍ରଭୃତି ୩୦ରୁ ଉର୍ଦ୍ଧ ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବାବଦରେ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତାଟିକୁ ଯାତାୟତ ଉପଯୋଗୀ କରିବାକୁ ଠିକାଦାରଙ୍କୁ କହୁଥିଲେ ମଧ୍ୟ ଠିକାଦାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏଣୁ ପୁର୍ତ୍ତବିଭାଗର ନିର୍ବାହୀଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ