ପ୍ରେମରେ ଧୋକ୍କା ପାଇଥିବା ମହିଳାଙ୍କୁ ଶୀଘ୍ର ମିଳେ ସଫଳତା
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେଉଁ ମହିଳା ପ୍ରେମରେ ଧୋକ୍କା ଖାଆନ୍ତି ସେମାନେ ନିଜ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥାନ୍ତି । ସେମାନେ ଯାହା ଚାହାଁନ୍ତି ତାହା ଯେମିତି ହେଲେ ହାସଲ କରିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି । ଗବେଷଣାରୁ ଆହୁରି ମଧ୍ୟ ଜଣାପଡିଛି ଯେ ଧୋକା ଖାଇଥିବା ମହିଳାଙ୍କୁ ଉତ୍ତମ ସାଥୀ ମିଳିଥାଏ । ସେହିପରି ଧୋକା ଦେଇଥିବା ପୁରୁଷଙ୍କ ସମ୍ପର୍କ ଭାଙ୍ଗି ଯାଇଥାଏ । ଏହି ଗବେଷଣାରୁ ୯୬ଟି ଦେଶରେ ୬ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ଏହି ଗବେଷଣାରୁ ଜଣାପଡିଛି ଯେ ପ୍ରେମରେ ଧୋକା ଖାଇବା ମହିଳାଙ୍କୁ ଅଧିକ ଶକ୍ତ କରିଥାଏ ଏବଂ ପେସାଦାର କ୍ୟାରିୟରରେ ସେମାନେ ସଫଳତା ହାସଲ କରନ୍ତି । ଥରେ ଧୋକ୍କା ଖାଇବା ପରେ ମହିଳାମାନେ ଅଧିକ ସତର୍କ ହୋଇଯାଆନ୍ତି । ତେଣୁ ଦ୍ୱିତୀୟ ଥର ସାଥୀ ଖୋଜିବା ବେଳେ ସେମାନେ ଉତ୍ତମ ସାଥୀ ଚୟନ କରନ୍ତି । ଗବେଷଣାରେ ସାମିଲ ହୋଇଥିବା ମହିଳାମାନେ ସ୍ୱୀକାର କରିଥିଲେ ଯେ ହୃଦୟ ଭାଙ୍ଗିବା ସମୟ ସେମାନଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା । ମାତ୍ର ସେଥିରୁ ବାହାରିବା ପରେ ସେମାନେ ବୁଝିବିଚାରି ସାଥୀ ଚୟନ କରିଥିଲେ । ଏହି ନିଷ୍ପତ୍ତି ସେମାନଙ୍କ ପାଇଁ ଉତ୍ତମ ମଧ୍ୟ ପ୍ରମାଣିତ ହୋଇଥିଲା ବୋଲି ସର୍ଭେରେ ସାମିଲ ହୋଇଥିବା ମହିଳାମାନେ କହିଛନ୍ତି । ପ୍ରେମରେ ଧୋକା ଖାଇବାର ବର୍ଷେ ମଧ୍ୟରେ ସମ୍ପୃକ୍ତ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ିବା ସହ ସେମାନେ ମାନସିକ ସ୍ତରରେ ଅଧିକ ଶକ୍ତ ହୋଇଥାନ୍ତି । ସେହିପରି ଧୋକା ଦେଇଥିବା ପୁରୁଷଙ୍କ ନୂଆ ସମ୍ପର୍କ ଅଧିକ ଦିନ ତିଷ୍ଠି ନଥିବା ସର୍ଭେରୁ ଜଣାପଡିଛି ।


