ପ୍ରେମରେ ପାଗଳ ହୋଇ ସାଥି ଖୋଜି ଗଜପତିରେ ପହଞ୍ଚିଛି – ୱାଇ୍ଲଡ଼ ଲାଇଫ ଇନଷ୍ଟିଚ୍ୟୁଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ୪ଟି ରାଜ୍ୟ ଓ ୨ ହଜାର କିଲୋମିଟର ଅତିକ୍ରମ କରି ଓଡ଼ିଶାର ଗଜପତିରେ ପହଞ୍ଚିଛି ମହାବଳ ବାଘ । ଗଜପତି ଜିଲ୍ଲାର ସନ୍ତୋଷପୁର ଗ୍ରାମରେ ପ୍ରଥମେ ଏବଂ ପରେ ଅଁଳାବର ଗ୍ରାମରେ ମହାବଳ ଗ୍ରାମଟି ବୁଲୁଥୂବା ଥିବା ସହ ଗାଈଗୋରୁ ମାରି ଖାଉଛି, ଏନେଇ ସାଧାରଣରେ ଭୟ ଆତଙ୍କ ସୃଷ୍ଟି ହେଉଛି. ଏହି ବାଘଟି ପ୍ରେମରେ ଥିବା ସାଥି ବାଘୁଣୀର ଅନ୍ଵଷଣରେ ଗଜପତି ପହଞ୍ଚି ଥିବା ୱାଇ୍ଲଡ଼ ଲାଇଫ ଇନଷ୍ଟିଚ୍ୟୁଟ ତରଫରୁ ଅନୁମାନ ପ୍ରକାଶ କରି କୁହା ଯାଇଛି ଯେ ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ହୋଇଥିବା ଜଣାପଡିଛି । ତେବେ ବାଘଟି ଏତେ ବାଟ ଅତିକ୍ରମ କରି କେମିତି ଓଡ଼ିଶାରେ ପହଞ୍ଚିଲା ସେନେଇ ଚର୍ଚ୍ଚା ଜୋର ଧରିଛି । ପ୍ରେମ ପାଇଁ ସାଥୀ ବାଘୁଣୀ କିମ୍ବା ଉତ୍ତମ ପରିବେଶ ଅନ୍ବେଷଣରେ ମହାବଳ ବାଘ ଆସିଥାଇପାରେ ବୋଲି କୁହାଯାଉଛି । ୨୦୨୧ ମସିହାରେ ମହାରାଷ୍ଟ୍ରର କ୍ୟାମେରା ଟ୍ରାପରେ ମହାବଳ ବାଘଟି ଚିହ୍ନଟ ହୋଇଥିଲା । ତେବେ ମହାରାଷ୍ଟ୍ରରୁ ଓଡ଼ିଶା ଆସିବା ସମୟରେ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଏବଂ ପାଖାପାଖୂ 2 ହଜାର କିଲୋମିଟର ଅତିକ୍ରମ କରି ପହଞ୍ଚିଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏତେ ବାଟ ଅତିକ୍ରମ କରି ବାଘଟି ଓଡିଶାରେ ପହଞ୍ଚିଛି ସେନେଇ ଜଣାପଡିନଥିବା ବେଳେ ସାଥୀ କିମ୍ବା ଉତ୍ତମ ପରିବେଶ ସନ୍ଧ୍ୟାରେ ଏଠାକୁ ଆସିଥିବା ଅନୁମାନ କରାଯାଉଛି ।ତେବେ ମହାବଳ ବାଘଟି ଏତେ ଦୂରରୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ଖବ ବିରଳ ବୋଲି କୁହାଯାଉଛି । ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି । ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ବିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ଏନେଇ ବନ୍ୟପ୍ରାଣୀ ପିସିସିଏ ଏଫ ସୁଶାନ୍ତ ନନ୍ଦ କହିଛନ୍ତି ଯେ, ପାରଳାଖେମୁଣ୍ଡିରେ ଠାବ ହୋଇଥିବା ବାଘ କେଉଁଠୁ ବୋଲି ୱା ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା ଏହାର ଷ୍ଟ୍ରାଇପକୁ ଦେଖ୍ ଏହା ମହାରାଷ୍ଟ୍ରର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନର ବୋଲି ୱାଇଲ୍ଭ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ ଇ ଇଣ୍ଡିଆ ସୁନିଶ୍ଚିତ କରିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ବ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସିଥାଇପାରେ । ଏମିତିବି ହୋଇଥାଇପାରେ, ଆମ |ମ ରା ରାଜ୍ୟରେ ଭଲ ଜଙ୍ଗଲ ପରିବେଶ ବାଘଟି ଓଡ଼ିଶା ମୁହାଁ ହୋଇଛି । ରହିଥିବାରୁ ମହାବଳ ବାଘଟି ପାଇଁ ଏକ ଭଲ ଖ ଖବର ଓଡ଼ିଶାରେ ମହାବଳ ବଂଶ ବିସ୍ତାର ପାଇଁ ବୋଲି କହିଛନ୍ତି ପିସିସିଏଫ । ଅନ୍ୟପଟେ ଗଜପତିରେ ଏହି ମହାବଳ ବାଘକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବାଘକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଗାଈକୁ ମାରି ଖାଉଥିବାର ଚିତ୍ର କିଛି ଦିନ ତଳେ କଏଦ ହୋଇଥିଲା । ତେବେ ବାଘ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖୁଛି । ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ଗଜପତି ବନ ବିଭାଗ ପକ୍ଷରୁ କୁହାଯାଇଛି ।