ପ୍ରେମରେ ପ୍ରତାରଣା , ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା

ପୁରୀ(ଜୁଗାବ୍ଦ ନ୍ୟୁଜ୍‍): ପ୍ରେମରେ ପ୍ରତାରଣା କରିବାରୁ ଜଣେ ଶିକ୍ଷୟିତ୍ରୀ ଆତ୍ମହତ୍ୟା କରିବା ଘଟଣାରେ ତାଳବଣିଆ ଥାନା ପୁଲିସ ଗୁରୁବାର ବିବାହିତ ରସିକ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍କୁ ସ୍ଥାନାନ୍ତରିତ କରାଯାଇଛି । ସେ ହେଲା ଚିତ୍ତରଞ୍ଜନ ଦାଶ ଓ ଘର ଖୋର୍ଦ୍ଧା । ପୁଲିସର ସୂଚନାନୁଯାୟୀ, ଏହି ଥାନା ଅନ୍ତର୍ଗତ ଏକ ପ୍ଲେ ସ୍କୁଲରେ ସ୍ଥାନୀୟ ଜଣେ ଯୁବତୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସେହି ସ୍କୁଲ୍କୁ ଚିତ୍ତରଞ୍ଜନ ତାଙ୍କ ପିଲାକୁ ସ୍କୁଲ ଛାଡିବାକୁ ଯାଇଥାନ୍ତି । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଶେଷରେ ରସିକ ଚିତ୍ତରଞ୍ଜନ ଶିକ୍ଷୟିତ୍ରୀଙ୍କୁ ବିବାହ କରିବା ପାଇଁ ପ୍ରତିଶୁତି ଦେଇଥିଲେ । ତେଣୁ ଗତକାଲି ତାଙ୍କୁ ଘର ଛାଡି ଆସିବାକୁ କହିଥିଲେ । ଫଳରେ ଶିକ୍ଷୟିତ୍ରୀ ଘର ଛାଡି ଆସିଥିଲେ । ହେଲେ ବଡ଼ଦାଣ୍ଡରେ ଶିକ୍ଷୟିତ୍ରୀ ଜଣକ ବିଷପାନ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଏନେଇ ଶିକ୍ଷୟିତ୍ରୀଙ୍କ ଭାଇ ଥାନାରେ ଅଭିଯୋଗ କଲାପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରସିକ ପ୍ରେମିକକୁ ଗିରଫ କରି କୋର୍ଟଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ