ପ୍ରେମରେ ଭିଜେଇବ ‘ରୋମିଓ ରାଜା’

ଭୁବନେଶ୍ବର : ହୃଦୟକୁ ଝିମ୍‌ଝିମ୍‌ କଲା ଭଳି ଅନେକ ଓଡ଼ିଆ ଚଳଚ୍ଚିତ୍ର ତିଆରି ହୋଇଛି। ୨୦୦୪ର ‘ଆଇ ଲଭ୍‌ ୟୁ’ ପରେ ଓଡ଼ିଆ ଦର୍ଶକ ଅନେକ ପ୍ରେମ କାହାଣୀ ଭିତ୍ତିକ ସିନେମା ଦେଖିବାକୁ ପାଉଛନ୍ତି । ଏବେ ଓଲିଉଡରେ ପୁଣି ନିର୍ମିତ ହେଉଛି ଏକ କଲେଜ ଲଭ୍‌ଷ୍ଟୋରୀ ଉପରେ ଆଧାରିତ ସିନେମା । ଏହାର ଟାଇଟଲ ହେଲା ‘ରୋମିଓ ରାଜା’ । ଏଥିରେ ଦର୍ଶକ ନାୟକ ଭାବେ ଅଭିନେତା ଅମ୍ଲାନ ଓ ନାୟିକା ତମନ୍ନାଙ୍କୁ ପ୍ରଥମ ଥର ଲାଗି ଏକାଠି ଦେଖିବାକୁ ପାଇବେ । ଉଭୟ ଅମ୍ଲାନ୍‌ ଓ ତମନ୍ନା ‘ରୋମିଓ ରାଜା’ରେ କଲେଜ ପଢ଼ୁଆ ଭୂମିକାରେ ଅଛନ୍ତି । ପ୍ରଥମ ଦେଖାରେ ଉଭୟେ ପରସ୍ପରକୁ ପ୍ରେମ କରି ବସୁଛନ୍ତି । କିନ୍ତୁ ତା’ ପରେ କ’ଣ ସବୁ ଘଟୁଛି ତାହା ଏହାର ମୁଖ୍ୟ ପ୍ରସଙ୍ଗ । ଏହା ଏକ ଭିନ୍ନ ଧରଣର ଲଭ୍‌ଷ୍ଟୋରି ବୋଲି କୁହାଯାଉଛି । ଏନ୍‌ ବି ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ପ୍ରସ୍ତୁତ ଏହି ଫିଲ୍ମରେ ଅମ୍ଲାନ ଏବଂ ତମନ୍ନାଙ୍କ ବ୍ୟତୀତ ବାବୁ ପ୍ରଧାନ, ହରିହର ମହାପାତ୍ର, ଦୀପକ ମହାରଣା, ଜ୍ଞାନ ପଲେଇ, ତପନ ଓ ରାଜଲକ୍ଷ୍ମୀ ସୁଶାନ୍ତ କୁମାର ପନ୍ଦାଙ୍କ ପ୍ରଯୋଜିତ ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ରଚନା କରିବା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ନବାଗତ ରାକେଶ ସାମଲ । ଜମେଶ ଶୁକ୍ଳା ଏହାର ସଂଳାପ ରଚନା କରିଥିବା ବେଳେ ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ୱାଇଁ, ଡଃ ସୁବୋଧ ଦାସ ପ୍ରମୁଖ ଗୀତ ରଚନା କରିଛନ୍ତି । ବୈଦ୍ୟନାଥ ଦାଶ ଏହାର ସଙ୍ଗୀତକାର । ହ୍ୟୁମାନ ସାଗର, ଅସୀମା ପନ୍ଦା ଏବଂ ଗୀତିଶ୍ରୀ ସରୋଜ ଏଥିରେ କଣ୍ଠଦାନ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ