ପ୍ରେମିକକୁ ଭେଟିବାକୁ ଯାଇ ପ୍ରେମିକାର ଜୀବନ ଗଲା : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   

ହାଟଡିହି, (ବିକାଶ ବିଶ୍ୱାଳ) :-ଆନନ୍ଦପୁର -ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ମିଠିଗାଁ ଗ୍ରାମର ଜଣେ ଯୁବତୀ ନିଜ ପ୍ରେମିକକୁ ଭେଟିବାକୁ ଯାଇ ସେଠାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ମିଠିଗାଁ ଶୀଳପୋଖରୀ ଗ୍ରାମର ବାଜୁରାମ ହାଁସଦାଙ୍କ ଝି ଅ ଯସ୍ମୀନ ଆଗରପଡାରେ ପାଠ ପଢ଼ୁଥିବା ବେଳେ ଘସିପୁରା ଥାନା ସାଲୁକଡାହିର ବାଘରାଇ ମୁର୍ମୁଙ୍କ ପୁଅ ପରାନକୁ ଭଲପାଇ ବସିଥିଲା । ଗତ ଦୁଇଦିନ ତଳେ ପ୍ରେମିକକୁ ସାକ୍ଷାତ କରିବାକୁ ଯସ୍ମୀନ ପ୍ରେମିକର ଘର ଖୋଜି ଖୋଜି ଯାଇ ପରାନଙ୍କ ଘରେ ପହଞ୍ଚିଥିଲା । ଗତକାଲି କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ଝଗଡା ଲାଗିବା ସହ ଉଭୟେ ଘସିପୁରା ଥାନାକୁ ମଧ୍ୟ ଆସିଥିଲେ । କିନ୍ତୁ ପୁଲିସ କିଛି ନବୁଝି ନସୁଝି ସେମାନଙ୍କୁ ଘରକୁ ପଠାଇ ଦେଇଥିଲା । ଆଜି ନିକଟସ୍ଥ ଜଂଗଲ ଭିତରେ ଏକ ଗଛରେ ଯସ୍ମୀନର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବରପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଓହ୍ଲାଇ ତଳକୁ ଆଣିବାପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଯସ୍ମୀନର ପରିବାର ଲୋକେ ପହଞ୍ଚି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ସେମାନେ ଯସ୍ମୀନକୁ ହତ୍ୟାକରି ଗଛରେ ଟାଙ୍ଗି ଦେଇଛନ୍ତି ବୋଲି ଯସ୍ମୀନର ଭାଇ ଚୈତନ ହାଁସଦା ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ