ପ୍ରେମିକଙ୍କୁ ବିବାହ କରିବାକୁ ପ୍ରାୟ ୬ ମାସ ସମୟ ନିଅନ୍ତି ପ୍ରେମିକା : ସର୍ଭେ
ଦେହରେ ଯୌବନର ଢେଉ ଭାଙ୍ଗିଲେ ମନ ଆଉ ଗୋଟିଏ ମନକୁ ଚାହେଁ । ତାହା ପରବର୍ତ୍ତୀ ସମୟରେ ପ୍ରେମର ରୂପ ନିଏ । ପ୍ରେମ ସେତେବେଳେ ସଫଳ ହୁଏ, ଯେତେବେଳେ ଦୁଇଟି ମଣିଷ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଆନ୍ତି । ଏକ ସର୍ଭେରୁ ଜଣାପଡ଼ିଛି ଯେ, ବିବାହ ବାବଦରେ ଯୁବତୀ ବା ପ୍ରେମିକାମାନେ ଯେତିକି ସମ୍ବେଦନଶୀଳ, ତା’ଠାରୁ ଅଧିକ ସମୟ ନେଇଥାଆନ୍ତି । ପ୍ରେମିକାମାନେ ନିଜ ପ୍ରେମିକଙ୍କୁ ବିବାହ କରିବା ଲାଗି ପ୍ରାୟ ୬ ମାସ ସମୟ ନେଇଥାଆନ୍ତି ବୋଲି ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି । ସିକାଗୋ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଗବେଷକଙ୍କ ମତରେ ଯେଉଁମାନେ ସିଙ୍ଗଲ ଥାଆନ୍ତି ସେମାନେ ୨୧୦ ଦିନ ସମୟ ନେଇ ଭାବନ୍ତି ବୟଫ୍ରେଣ୍ଡକୁ ବିବାହ କରିବେ ନା ନାହିଁ । କିନ୍ତୁ ଯେଉଁମାନେ ରିଲେସନଶିପରେ ଥାଆନ୍ତି ସେମାନେ ବିବାହ କରିବାକୁ ଅତିକମ୍ରେ ୧୭୨ ଦିନ ଅବା ପ୍ରାଖାପାଖି ୬ ମାସ ସମୟ ନିଅନ୍ତି । ପ୍ରେମରେ ପଡିଲେ ପ୍ରଥମ ୩ ମାସ ହନିମୁନ ଭଳି ଲାଗେ । ଏଥିରେ ପରସ୍ପର କଥାରେ କିଛି ଅଡୁଆ ଲାଗି ନ ଥାଏ । କିନ୍ତୁ ୩ ମାସ ପରେ ଧୀରେ ଧୀରେ ଜଣେ ବ୍ୟକ୍ତିଙ୍କ ଅସଲ ଗୁଣଗୁଡ଼ିକ ଜଣାପଡ଼ିଥାଏ । ଏହା ପରେ ହିଁ ଜଣେ ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବାକୁ ସ୍ଥିର କରିଥାଆନ୍ତି । ଆହୁରି ମଧ୍ୟ ଯଦି ପ୍ରଥମରୁ ବିବାହ ପାଇଁ ହଁ ଭରି ଦିଅନ୍ତି ଏହାକୁ କାର୍ଯ୍ୟକାରୀ କରିବାକୁ ମଧ୍ୟ ପାଖାପାଖି ୧୭୨ ଦିନ ସମୟ ଲାଗେ ବୋଲି ଗବେଷକମାନେ କହିଛନ୍ତି । ଯଦି ପ୍ରଥମରୁ କେହି ବୟଫ୍ରେଣ୍ଡକୁ ବିବାହ କରନ୍ତି ତେବେ ଅଧିକାଂଶ କ୍ଷେତ୍ରରେ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହୋଇ ନ ଥାଏ ।


