ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଦୀର୍ଘ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିଭାହ ପ୍ରତିଶୃତି ଦେଇ ପ୍ରେମିକ ପ୍ରତାରଣା କରିଥିଲେ।ଏହା ପରେ ଗତ ୨୬ ତାରିଖ ଦିନ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇ ପ୍ରେମିକ ନ୍ୟାୟ ଦାବିରେ ଧାରଣାରେ ବସିଥିବା ଦୃଶ୍ୟ ନଜରକୁ ଆସିଛି।ଏଭଳି ସଂବେଧନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି।ପ୍ରକାଶ ଥାଉ କି ଶେରଗଡ଼ ବ୍ଲକ ହରେକୃଷ୍ଣ ପୁର ଗ୍ରାମର ଜୟଚଣ୍ଡୀ କୋଲନୀର( ୩୫) ବର୍ଷୀୟା ମହିଳା ଝୁନୁ ନାଇକ ମୁଲ ଲାଗି ଜୀବିକା ଅର୍ଜନ କରନ୍ତି।ମା ମୋଚିଆଣି ନାଇକ ବୟସ-(୭୦) ସହ ଉକ୍ତ ସାହିରେ ରହୁଥିଲେ।ତୋଟା ସାହିର ଗଗନ ବାଡ଼ତ୍ୟା ବୟସ-(୩୦ )) ବାପା-ଅଭିମନ୍ୟୁ ବାଡ଼ତ୍ୟା ଗତ ୯ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖୁଥିଲା ବୋଲି ଝୁନୁ ଶେରଗଡ଼ ଥାନାରେ ଅଭିଯୋଗ ଦେଇଥିଲେ।ନ୍ୟାୟ ନ ପାଇ ଶେଷରେ ଝୁନୁ ପ୍ରେମିକ ଗଗନଙ୍କ ଘର ଆଗରେ ଧାରଣା ରେ ବସିଛି।ନ୍ୟାୟ ନ ମିଳିଲେ ବିଷ ଖାଇ ଆତ୍ମହତ୍ୟା କରିବି ବୋଲି ପ୍ରତିକ୍ରିୟା ରେ କହିଛନ୍ତି।ଏପଟେ ଧାରଣା ସ୍ଥଳରେ ଝୁନୁଙ୍କ ସହ ଥିବା ବୃଦ୍ଧା ମା ପ୍ରତିକ୍ରିୟା ରେ ନ୍ୟାୟ ନ ମିଳିବା ଯାଏ ଗଗନର ଘର ସମ୍ମୁଖ ରୁ ହଟିବୁ ନାହିଁ ବୋଲି ଅଡ଼ି ବସିଛନ୍ତି।ଯାହାକୁ ନେଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି।ଧାରଣାରତ ପ୍ରେମିକାକୁ ପୋଲିସ ଥାନାକୁ ଆଣି ପଚରାଉଚରା ଚାଲିଛି। ଘଟଣା ଘଟିବା ଭିତରେ ବିଜେଡିର ଜଣେ ନେତା ଓ ଜଣେ ଜଣାଶୁଣା ଗଣମାଧ୍ୟମର ସାମ୍ବାଦିକ ଏଥିରେ ମଧ୍ୟସ୍ଥି ହୋଇ ଘଟଣାଟିକୁ ରଫାଦଫା କରିବାରେ ଲାଗିଛନ୍ତି ଏଣୁ ଏହା ମଧ୍ଯ ତଦନ୍ତ ସାପେକ୍ଷ ସେରଗଡ଼ ଥାନା ରେ ମଧ୍ୟ ପୋଲିସ ୨୫୮/୨୧ ରେ ଏକ ମାମଲା ରୁଜୁକରି ତଦନ୍ତ ଚାଲୁରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ