ପ୍ରେମିକାକୁ ପ୍ରେମିକର ମିଛ ଉପହାର

ଜଣଙ୍କ ପାଇଁ ଯାହା ମାମୁଲି ତାହା ଆଉ ଜଣଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ତଥା ବିଷମ ଘଟଣା ହୋଇପାରେ । ପିଟର୍ସବର୍ଗ ପୋଷ୍ଟ-ଗେଜେଟ୍ର ସ୍ୱନାମଧନ୍ୟ ମୋଟିଭେଶନାଲ ସ୍ତମ୍ଭକାର ନାତାଲି ବେନ୍ସିଭେଙ୍ଗା ଗୋଟିଏ ଘଟଣାର ଦୃଷ୍ଟାନ୍ତ ଦେଇ କହନ୍ତି ଯେ, ଦିନେ ତାଙ୍କ ନିକଟକୁ ଏକ ଚିଠି ଆସିଲା । ଚିଠିଟିକୁ ଲେଖିଥିଲେ ଜଣେ ତରୁଣୀ । ସେ ଲେଖିଥିଲେ ଯେ, କିଛିଦିନ ତଳେ ତାଙ୍କର ନିର୍ବନ୍ଧ ହୋଇଯାଇଛି । ତାଙ୍କ ପ୍ରେମିକ ତାଙ୍କୁ ଏକ ହୀରାମୁଦି ଉପହାର ଦେଇଥିଲେ । ମାତ୍ର ପରେ ସେ ଜାଣିଲେ ଯେ, ତାହା ହୀରା ନୁହେଁ; ଜିରକୋନିଅମ୍ରେ ପ୍ରସ୍ତୁତ । ଉପହାରରେ ହୀରା ଦେଇନାହାନ୍ତି ବୋଲି ତାଙ୍କର ଦୁଃଖ ନୁହେଁ । ସେ ତାଙ୍କୁ ମିଛ କହିଛନ୍ତି, ଠକିଛନ୍ତି । ଆଉ ତାଙ୍କୁ ନକଲି ହୀରାମୁଦି ଆଳରେ “ମିଥ୍ୟା’ ଉପହାର ଦେଇଛନ୍ତି; ଯାହା ତାଙ୍କୁ ଆଘାତ ଦେଇଛି । ଆଉ ସେ ନିଷ୍ପତ୍ତି ନେଇଛନ୍ତି ଯେ, ପ୍ରେମିକଙ୍କ ସହିତ ତାଙ୍କ ସମ୍ପର୍କ ଛିନ୍ନ କରିଦେବେ । ତେବେ ସେ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରୁନାହାନ୍ତି । ସ୍ତମ୍ଭକାର ନାତାଲିଙ୍କୁ ମଧ୍ୟ ଏଭଳି ଏକ ଘଟଣା ବିସ୍ମିତ କରିଛି । ଆଉ ସେ ସେହି ମହିଳାଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସମ୍ପର୍କ ବିଶ୍ୱାସରେ ଚାଲେ । ଯଦି ସେ ଭାବୁଛନ୍ତି ତାଙ୍କର ବିଶ୍ୱାସ ଭାଙ୍ଗିଯାଇଛି ତା’ହେଲେ ସେ ନିଜ ବିବେକାନୁମୋଦିତ ଯେ କୌଣସି ପଦକ୍ଷେପ ନେଲେ ବି ଅସୁବିଧା ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ