ପ୍ରେମିକା ସହ ଭେଟିବା ପାଇଁ କ୍ବାରେଣ୍ଟାଇନ୍‌ରୁ ଚମ୍ପଟ୍‌ ମାରିଲେ ଯୁବକ

ତାମିଲନାଡୁ : କରୋନା ଭାଇରସ୍‌ର ପ୍ରକୋପ ସାରା ଦେଶରେ ବଢି ଚାଲିଥିବାବେଳେ ଏହି ଭାଇରସ୍‌ ସହ ଲଢିବା ପାଇଁ ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଇଥିବାବେଳେ ସଙ୍ଗରୋଧ ପାଇଁ ମଧ୍ୟ ଉପଦେଶ ଦିଆଯାଇଛି। ବିଦେଶରୁ ଫେରିଥିବା ଲୋକଙ୍କୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଉଛି। କିନ୍ତୁ କିଛି ଲୋକେ ଏହାକୁ ବେଶ୍‌ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ନିକଟରେ ଜଣେ ଯୁବକ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନରୁ ଚମ୍ପଟ୍‌ ମାରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ତାମିଲନାଡୁର ମୁଦୈର୍‌ ଜିଲ୍ଲାର ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡର ବିବାହ ବନ୍ଦ କରିବା ପାଇଁ ଭାରତ ଫେରିଥିଲେ। ବିଦେଶରୁ ଫେରିଥିବା ଯୋଗୁଁ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା। କିନ୍ତୁ ସେ ତାଙ୍କ ପ୍ରେମିକାକୁ ଦେଖା କରିବା ପାଇଁ କ୍ବାରେଣ୍ଟାଇନ୍‌ରୁ ପଳାୟନ କରି ଶିବଗଙ୍ଗାରେ ପହଞ୍ଚିଥିଲେ। ସେଠାରେ କିଛି ସମୟ ତାଙ୍କ ପ୍ରେମିକା ସହିତ ମଧ୍ୟ ବିତାଇଥିଲେ। ପ୍ରେମିକାଙ୍କ ସଂସ୍ପର୍ଶରେ ଆସିଥିବା ହେତୁ ପ୍ରେମିକାକୁ ଆଇସୋଲେଟ୍‌ରେ ରଖାଯାଇଛି। ପୋଲିସ୍‌ ଓ ସ୍ବାସ୍ଥ୍ୟ ଅଧିକାରୀ ସମ୍ପୃକ୍ତ ଯୁବକକୁ ଖୋଜି ତାଙ୍କୁ ଓ ତାଙ୍କ ପ୍ରେମିକାକୁ କ୍ବାରେଣ୍ଟାଇନ୍‌ରେ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ