ପ୍ରେମିକ ପାଇଁ ପ୍ରଶ୍ନପତ୍ର ଚୋରୀ କରି ଗିରଫ ହେଲେ ଜଣେ ବିଏସପି ନେତା
ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ପ୍ରକୃତ ପ୍ରେମ ପାଇଁ ମଣିଷ ପାପ କରିବାକୁ ବି ପଛଖୁଞ୍ଚା ଦିଏନାହିଁ । ପ୍ରେମିକର ଆଖି ସାମ୍ନାରେ ପ୍ରେମିକାର ମୁହଁରେ ଟିକିଏ ହସ ଦେଖିବା ପାଇର୍ ନିଜର ହିତାହିତ ଜ୍ଞାନ ଭୁଲି ଅଧର୍ମ କାମ କରିବାକୁ ବି ପଛଘୁଞ୍ଚା ଦିଏ ନାହିଁ ପ୍ରେମିକ । ଏଭଳି ଏକ ଆଚମ୍ବିତ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ । ବିଏସପି ନେତା ଫିରୋଜଙ୍କ ପ୍ରେମିକା ଅଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ଏମବିଏ ପ୍ରବେଶିକା ପରୀକ୍ଷା ଦେଇଥାନ୍ତେ । ପ୍ରେମିକା ଙ୍କୁ ପ୍ରେମିକ ପ୍ରବର ଜଣକ ଆଗୁଆ ପ୍ରଶ୍ନପତ୍ର ଆଣିଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ପରେ ସଫଳ କରିବା ପାଇଁ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ଏଏମ୍ୟୁର ସ୍ଥାୟୀ କର୍ମଚାରୀଙ୍କୁ ଲାଞ୍ଚ ଦେଇ ଚାକିରି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଭୁଲ ପ୍ରଶ୍ନପତ୍ର ଦେଇଥିବାରୁ ତାଙ୍କ ପ୍ରେମିକ ଜଣକ ଆଉ ପ୍ରେମିକା ଜଣଙ୍କ ତାଙ୍କ ସାଥିରେ କଥା ହେଉନଥିବା ଜଣାପଡିଛି । ପ୍ରେମିକ ପ୍ରବର ଜଣକ ହେଉଛନ୍ତି ବହୁଜନ ସମାଜବାଦୀ ପାର୍ଟିର ନେତା ଆଲାମ୍ ଓରଫ ରାଜା । ସୋମବାର ଦିନ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ଇସରୋଦ ଓ ହାଇଦର ।