ପ୍ରେମିକ ସହ ଫେରାର ନାବାଳିକାଙ୍କ ମୃତ୍ୟୁ ଥାନାରେ ଅଟକ ପ୍ରେମିକ

ରାୟଗଡ଼ା,(ଦୁର୍ଗାପ୍ରସାଦ ପାଢୀ): ପ୍ରେମିକ ସହିତ ପ୍ରେମ କରି ଫେରାର ହୋଇଯାଇଥିବା ୧୭ବର୍ଷୀୟ ନାବାଳିକାଙ୍କ ମୃତଦେହ କେରଳରୁ ଘରକୁ ଫେରିଛି । ନାବାଳିକା ପ୍ରେମିକାର ମୃତଦେହ ଫେରାଇ ଆଣିଥିବା ପ୍ରେମିକକୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଏହିଭଳି ଘଟଣା ଦେଖିବାକୁ ମିଳିଛି ଚାନ୍ଦିଲି ଥାନା ଅର୍ନ୍ତଗତ କୋଲନରା ବ୍ଲକ ସୁରୀ ପଂଚାୟତର ସାନପଦିଆ ଗାଁରେ । ଘଟଣାରୁ ପ୍ରକାଶ ଯେ, ପେଂଟା ପଂଚାୟତ ଟାମ୍ପରଗୁଡ଼ା ଗ୍ରାମର ପାଇଡ଼ି ସଚିନ୍‌(୧୯) ସାନପଦିଆ ଗାଁର ଜଣେ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଆଜକୁ ୬ ମାସ ତଳେ ଉକ୍ତ ନାବାଳିକାଙ୍କୁ ନେଇ କେରଳ ଫେରାର ହୋଇଯାଇଥିଲେ ସଚିନ୍ । ତେବେ କେରଳରେ ନାବାଳିକାଙ୍କ ଦେହ ଅସୁସ୍ଥ ହେବା ଏବଂ ପରବର୍ତି ସମୟରେ କେରଳ ରାଜ୍ୟର ଏର୍ଣାକୁଲମ ସରକାରୀ ଚିକିତ୍ସାଳୟରେ ନାବାଳିକାଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିଲା । ସେଠାରୁ ପରିବାରବର୍ଗ ନାବାଳିକାଙ୍କ ମୃତଦେହ ଆମ୍ବୁଲାନ୍ସରେ ଆଣିବା ପରେ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତି କରି ପୋଲିସ ସଚିନକୁ ଅଟକ ରଖିବା ସହ ମୃତ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ଚାନ୍ଦିଲି ପୋଲିସ । ଶବ ବ୍ୟବଚ୍ଛେଦ ପରେ ନାବାଳିକାଙ୍କ ମୃତ ଦେହ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାକୁ ନେଇ ଚାନ୍ଦିଲି ପୋଲିସ କେସ ନଂ ୧୬୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ନାବାଳିକା ଝିଅକୁ ପ୍ରଲୋଭନ ଦେଖାଇ ଫେରାର ହୋଇଯାଇଥିବା ପ୍ରେମିକ ସଚିନ୍ ନାବାଳିକାଙ୍କୁ ମାରିଦେଇଥିବା ନେଇ ପରିବାରବର୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଚାନ୍ଦିଲି ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ