ପ୍ରେମୀଯୁଗଳଙ୍କ ଆଶା “ଜୁଲିଏଟ୍ କ୍ଲବ’

ଭେରୋନା: ପ୍ରେମ ପ୍ରଣୟର କବି ୱିଲିୟମ ସେକ୍ସପିୟର, ଯାହାଙ୍କ କାଳଜୟୀ କବିତା, ଗଳ୍ପ, ଉପନ୍ୟାସ, ନାଟକକୁ ଆଜି ବି ଝୁରି ହେଉଛନ୍ତି ବିଶ୍ୱବାସୀ । “ଦି ବାର୍ଡ ଅଫ୍ ଏଭନ’ ନାମରେ ପରିଚିତ ଏହି ପ୍ରସିଦ୍ଧ ଲେଖକଙ୍କ ବିଷୟରେ ଯେତେ ପ୍ରଶଂସା କଲେ ବି କମ୍ ହେବ । ହୁଏତ ଅନେକେ ଜାଣି ନ ଥିବେ ସେକ୍ସପିୟରଙ୍କ ପ୍ରେମିକା “ଜୁଲିଏଟ୍‌’ ନାମରେ ଏବେ ବି ଆସୁଛି ହଜାର ହଜାର ଚିଠି । ଆଉ ସବୁଠାରୁ ରୋଚକ କଥା ହେଉଛି, ସବୁ ଚିଠିର ଉତ୍ତର ମଧ୍ୟ ଦିଆଯାଉଛି । ଏଥିପାଇଁ ଗଠିତ ହୋଇଛି “ଜୁଲିଏଟ୍ କ୍ଲବ’ । ଇଟାଲୀର ଅନ୍ୟତମ ସୁନ୍ଦର ସହର “ଭେରୋନା’ । ଏକଥା ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ସୁନ୍ଦରତା ପାଇଁ ନୁହେଁ, ବରଂ ସେକ୍ସପିୟରଙ୍କ ପ୍ରେମିକା “ଜୁଲିଏଟ୍‌’ଙ୍କ ସହର ପାଇଁ ଏହା ବେଶି ପରିଚିତ । ଜୁଲିଏଟଙ୍କ ସ୍ମୃତିରକ୍ଷା ପାଇଁ ଏଠାରେ ରହିଛି “ଜୁଲିଏଟ୍ କ୍ଲବ’ । ଏଠାକୁ ସାରା ଦୁନିଆରୁ ବିଭିନ୍ନ ଭାଷାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଚିଠି ଆସୁଛି । ସେଥିମଧ୍ୟରୁ ଅଧିକାଂଶ ଚିଠି ପ୍ରେମରେ ବିଫଳ ହୋଇଥିବା ପ୍ରେମିକାପ୍ରେମିକଙ୍କର । ଏହା ପଛରେ ରହିଥିବା ବିଶ୍ୱାସ ବି ବଡ଼ ଆଶ୍ଚର୍ଯ୍ୟଜନକ । ଜୁଲିଏଟ୍‌ଙ୍କ ନାମରେ ଚିଠି ଲେଖିଲେ ପ୍ରେମର ପଥ କୁସୁମିତ ହେବ । ଖାସ୍ ଏଇ ବିଶ୍ୱାସ ପାଇଁ ସେକ୍ସପିୟରଙ୍କ ମୃତ୍ୟୁର ଦୀର୍ଘ ୪ ଶହ ବର୍ଷ ପରେ ଏବେ ବି “ଲଭ୍ ସିମ୍ବଲ’ ଭାବେ ପରିଗଣିତ ହେଉଛନ୍ତି “ଜୁଲିଏଟ୍‌’ । ମଜାର କଥା ହେଉଛି ସିଂହଭାଗ ଚିଠି ଜୁଲିୟଟ୍‌ଙ୍କ ନାମରେ ଆସୁଛି । ହାତଗଣତି ପତ୍ର ସେକ୍ସପିୟରଙ୍କ ଉଦ୍ଦେଶ୍ୟରେ ଲେଖାଯାଉଥିବା ଦେଖିବାକୁ ମିଳିଛି । ପତ୍ରର ଉତ୍ତର ରଖିବାକୁ ଏକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ଏହି ଟିମ୍‌ରେ ଅନେକ ଭାଷା ଅନୁବାଦକ, ମନୋବିଜ୍ଞାନୀ, ଡାକ୍ତର, ଉଚ୍ଚକୋଟୀର ଲେଖକ, ଶିକ୍ଷାବିତ୍‌, ବୁଦ୍ଧିଜୀବୀଙ୍କ ସମେତ ମାର୍ଗଦର୍ଶକ ଅଛନ୍ତି । ଜୁଲିଏଟ୍‌ଙ୍କ ପ୍ରତିନିଧି ଭାବେ ସେମାନେ ମାତ୍ର କିଛି ମିନିଟ୍ ମଧ୍ୟରେ ଚିଠିଗୁଡ଼ିକର ଉତ୍ତର ପତ୍ରପ୍ରେରକଙ୍କ ଉଦ୍ଦେଶ୍ୟରେ ପଠାଇଥାନ୍ତି ।
କ୍ଲବର ୪୧ବର୍ଷୀୟ ସଦସ୍ୟ ମାର୍ଟିନ ହୋପପ୍ଲ କୁହନ୍ତି, କ୍ଲବର ଲୋକପ୍ରିୟତା ଏତେ ଯେ, କେବଳ “ଜୁଲିଏଟ୍‌…ଭେରୋନା…ଇଟାଲୀ’ ଠିକଣା ଲେଖିଦେଲେ ଚିଠିଟି ବିନା କୌଣସି ପ୍ରତିବନ୍ଧକରେ ଆସିଯାଇଥାଏ । ଅନୁଭବ ଆଧାରରେ କ୍ଲବର ସଦସ୍ୟମାନେ ପ୍ରେମିକାପ୍ରେମିକଙ୍କ ମନକୁ ବୁଝି ସେମାନଙ୍କୁ ସନ୍ତୁଷ୍ଟ କରିବା ଭଳି ଚଠି ଲେଖିଥାନ୍ତି । ପ୍ରେମର ଦ୍ୱନ୍ଦ୍ୱ ଭିତରେ ଥିବା ଲଭବାର୍ଡଙ୍କୁ ମୂଲ୍ୟବାନ ପରାମର୍ଶ ଦିଆଯାଇଥାଏ । ଏଥିଲାଗି ସେମାନେ ପ୍ରତିଶ୍ରୁତିବଦ୍ଧ । ହୋପ୍‌ଲେ ଆହୁରି ମଧ୍ୟ କହିଛନ୍ତି, ଡାକବାଲା ପ୍ରତିଦିନ ଚିଠି ଦେଇଯାଏ । ଏହାପରେ ସେଗୁଡ଼ିକୁ ପଢ଼ି ଉତ୍ତର ଦିଆଯାଏ । ଏହା ସତ୍ୟ ଯେ, ଉତ୍ତର ଦେଇଦେଲେ ପ୍ରେମୀଯୁଗଳଙ୍କ ସମସ୍ୟା ସମାଧାନ ହୋଇଯିବ ତାହା ନୁହେଁ, ଆମର ମୌଳିକ ଉଦ୍ଦେଶ୍ୟ ପ୍ରେମର ପ୍ରତୀକ “ଜୁଲିଏଟ୍‌’ଙ୍କୁ ଲୋକଙ୍କ ମନରେ ଜୀବିତ ରଖିବା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ