ପ୍ରେମୀ ଯୁଗଳଙ୍କୁ ଧରିବା ପାଇଁ ଆସି ଛତିଶଗଡ଼ ପୋଲିସ ହଟହଟା

ଯୋଡ଼ା, (ସମୀର କୁମାର ଦାସ) :-ବୁଧବାର କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ଛତିଶଗଡ ପୋଲିସର ହାଇଡ୍ରାମା ଦେଖିବା ପାଇଁ ମିଳିଛି । ଛତିଶଗଡରୁ ଫେରାର ହୋଇଯାଇଥିବା ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ପହଞ୍ଚିବା ପରେ ପୋଲିସକୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଛତିଶଗଡ ପୋଲିସର ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଞ୍ଚଳର ରୋହିତ ନାମକ ଯୁବକ ଛତିଶଗଡ ରାଜ୍ୟରୁ ଜଣେ ନାବାଳିକାକୁ ସୋସିଆଲ ମିଡିଆ ଜରିଆରେ ପ୍ରେମ ଜାଲରେ ଫସେଇଥିଲା । ତେବେ କିଛି ମାସ ହେବ ରୋହିତ ନାବାଳିକା ପ୍ରେମିକା ସହ ଯୋଡ଼ାରେ ଆସି ଆତ୍ମଗୋପନ କରିଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଛତିଶଗଡ଼ର ସୀତାପୁର ଥାନାରେ ଗତ ମାର୍ଚ୍ଚ ମାସ ୨୮ ତାରିଖରେ ଏତଲା ଦିଆଯାଇଥିଲା । ଛତିଶଗଡ଼ ପୋଲିସ ବହୁତ ଅନୁସନ୍ଧାନ ପରେ ଯୋଡ଼ାରେ ପ୍ରେମୀଯୁଗଳ ରହିଥିବା ଜାଣିବାକୁ ପାଇଥିଲା । ବୁଧବାର ଛତିଶଗଡ଼ ପୋଲିସ ଯୋଡ଼ା ପୋଲିସର ସହାୟତାରେ ପ୍ରେମୀଯୁଗଳକୁ ଧରି ଥାନାକୁ ଆଣିଥିଲେ । ଯୋଡ଼ା ଥାନାରେ ସ୍ଥାନୀୟ ବସ୍ତି ବାସିନ୍ଦା ମାନେ ରୁଣ୍ଢ ହୋଇ ରୋହିତକୁ ଛାଡି ଦେବା ପାଇଁ ଜିଦ୍ କରିଥିଲେ । ଛତିଶଗଡ଼ ପୋଲିସ ସେମାନଙ୍କ କଥା ନ ଶୁଣି ଥାନାର ପଛ ଦ୍ବାର ଦେଇ ପ୍ରେମୀ ଯୁଗଳଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ହେଁ ପୋଲିସ ଗାଡି ସମ୍ମୁଖରେ ବସ୍ତି ବାସିନ୍ଦା ପ୍ରବଳ ବିରୋଧ କରି ଅଟକାଇ ଥିଲେ । ତେବେ ଯୁବକ ଜଣଙ୍କ ଅନାଥ ଥିବାରୁ ତାଙ୍କର ୩ ଜଣ ଛୋଟ ଛୋଟ ଭଉଣୀ ଅଛନ୍ତି । ସେମାନଙ୍କ ଦେଖାଶୁଣା କରିବା ନିମନ୍ତେ ତାଙ୍କୁ ଛାଡ଼ି ଦେବା ପାଇଁ ଲୋକେ ଦାବି କରିଥିଲେ । ଏହି ଘଟଣା ଘଟିବା ପରେ ଛତିଶଗଡ଼ ପୋଲିସ ପ୍ରେମିକ ଯୁବକଙ୍କୁ ନନେଇ ଯୋଡ଼ା ପୋଲିସର ସହାୟତାରେ ଉଭୟ ପରିବାର ବର୍ଗଙ୍କ ସହିତ ଆଲୋଚନା ଜାରି ରହିଛି । ତେବେ ପ୍ରେମିକ ରୋହିତ ଦଶମ ଶ୍ରେଣୀର ବୋର୍ଡ ପରିକ୍ଷାର୍ଥୀ ହୋଇଥିବା ବେଳେ ତାଙ୍କୁ ଛତିଶଗଡ଼ ପୋଲିସ ଧରିବା ପରେ ଆଜି ସେ ପରୀକ୍ଷା ଦେବାରୁ ବଞ୍ଚିତ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ