ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଶେରଗଡ ବ୍ଲକ ଲକ୍ଷ୍ମୀନୃସିଂହ ଗ୍ରାମରେ ଘଟିଛି ଏକ ଦୁଖଦାୟକ ଘଟଣା । ପ୍ରେମୀ ଯୁଗଳଙ୍କୁ ପରିବାର ଲୋକଙ୍କ ତରଫରୁ କୈାଣସି ସାହାର୍ଯ୍ୟ ନକରିବାରୁ ଗ୍ରାମର ଶେଷ ଏକ ଗଛରେ ରଶି ଲଗାଇ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି ।ସୂଚନା ଅନୁସାରେ ଲକ୍ଷ୍ମୀନୃସିହ ଗ୍ରାମର ଜଗା ନାୟକ , ଓ ମମତା ନାୟକ (୧୯ ) ଦିର୍ଘ ଦିନ ହେଲା ସେମାନଙ୍କ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା । ଏହା ପରେ ସେମାନେ ଗତ ୬ ମାସ ତଳେ ଘରରୁ ଫେରାର ହୋଇଯାଇଥିଲେ । କିଛି ଦିନ ତଳେ ପ୍ରେମୀ ଯୁଗଳ ଘରକୁ ଫେରି ଝିଅଙ୍କ ଘରେ ରହୁଥିଲେ ।କିନ୍ତୁ ୨ ପରିବାର ମଧ୍ୟରେ ବିବାହ କରିବା ପାଇଁ କୈାଣସି ଆଗ୍ରହ ଦେଖାଇନଥିଲେ । ଏହା ପରେ ମାନସିକ ଭାରସାମ୍ୟ ହରାଇ ପ୍ରେମୀ ଯୁଗଳ ରଶି ଲଗାଇ ଚରମ ନିଷ୍ପତି ନେଇ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।ଏହି ଘଟଣା ପରେ ଶେରଗଡ ବ୍ଲକ ରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋର୍ଷ୍ଟମୋର୍ଟମ ପାଇଁ ମେଡିକାଲକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ